ଓଡ଼ାପଡ଼ା ପ୍ରାଥମିକ କୃଷି ସମବାୟ ସମିତି ଠାରେ ଧାନମଣ୍ଡି ଉଦ୍ଘାଟନ ।
ରିପୋର୍ଟ ଗୋକୁଳାନନ୍ଦ ବେହେରା
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ପ୍ରାଥମିକ କୃଷି ସମବାୟ ସମିତି ଠାରେ ଧାନମଣ୍ଡି ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଓଡ଼ପଡ଼ା ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀ,ଡାଇରେକ୍ଟର କାର୍ତ୍ତିକ ସ୍ୱାଇଁ,ସୁରେନ୍ଦ୍ର ପୃଷ୍ଠୀ,ରବିନାରାୟଣ ବେହେରା ସାମ୍ବାଦିକ ଯୋଗଦେଇ ଏହି ଧାନମଣ୍ଡିକୁ ଉଦ୍ଘାଟନ କରିଥିଲେ। ସମିତିର ସମ୍ପାଦକ ପ୍ରସନ୍ନ କୁମାର ବେହେରା,ବୋର୍ଡ ଡାଇରେକ୍ଟର,ମିଲର,ଚାଷୀ ଏବଂ ଅନ୍ୟାନ୍ୟ ଅତିଥିମାନେ ଯୋଗଦେଇଥିଲେ। ଆଜି ଠାରୁ ଧାନ କିଣା ଆରମ୍ଭ ହୋଇ ଥିଲାବେଳେ ଆଜି ପ୍ରଥମ ଦିନରେ ୧୪ ଜଣ ଚାଷୀଙ୍କ ଠାରୁ ୪୧୨ କୁଇଣ୍ଟାଲ ଧାନ କିଣା ହେବା ପାଇଁ ସ୍ଥିର କରାଯାଇଥିଲା। ଏହି ଧାନ କିଣା ଆରମ୍ଭ ହେବା ସହ ଚାଷୀମାନେ ହେଲେ ଋଦ୍ରଦେବ ପ୍ରଧାନ,ବଳିଆ ସାହୁ,କାର୍ତ୍ତିକ ସ୍ୱାଇଁ ମଧ୍ୟ ସେଠାରେ ପହଞ୍ଚି ଧାନ ଦେବା ସହିତ ବେଶ୍ ଖୁସି ଅଛନ୍ତି।
