କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୂତ ଖବର ଗୃହ ଟିଏ ନ ଥିବା ପାଇଁ ଭୋଗୁଛନ୍ତି ଯମ ଯାତନା… ପ୍ରଶାସନ ପକ୍ଷରୁ ଦୃଷ୍ଟି ପଡିବ କେବେ?
ସରକାର ଗୃହହୀନ ଗରିବ ଲୋକଙ୍କ ପାଇଁ କୋଟି କୋଟି ଟଙ୍କା ପାଣି ଭଲି ଖର୍ଚ କରୁଥିବା ବେଳେ ବର୍ତ୍ତମାନ ବି ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁ ନ ଥିବା ଘଟଣା ସାମ୍ନା କୁ ଆସିଛି । ଗୃହଟିଏ ପାଇଁ ଦିର୍ଘ ବର୍ଷ ଧରି ଏ ଅଫିସ ରୁ ସେ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ସୁଦ୍ଧା ଵର୍ତମାନ ପର୍ଯନ୍ତ ଘର ଟିଏ ମିଳିପାରି ନାହିଁ । ଯାହା ପାଇଁ ଖରା ବର୍ଷା ଶୀତ ରେ ଦଦରା ଘରେ ବିତୁଛି ଜୀବନ ।ଆମେ କହୁଛୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ମହିମା ପଞ୍ଚାୟତ ଅନ୍ତର୍ଗତ ମାଳ ପଡା ଗ୍ରାମର ପରୀକ୍ଷିତ ନାଏକ ଙ୍କ କଥା ।ଯାହାକୁ ନେଇ ବୁଧବାର ଦିନ ପରୀକ୍ଷିତ ଙ୍କୁ ଭେଟିଛନ୍ତି ବିର୍ସା ଆମ୍ବେଦକର ଫୁଳେ ସଚେତନ ସଂଗଠନ କର୍ମୀ । ପରୀକ୍ଷିତ ଙ୍କ ଘର ର ପରିବେଶ ଦେଖି ପ୍ରଶାସନ ଙ୍କୁ ତୁରନ୍ତ ତଦନ୍ତ କରି ଗୃହ ଯୋଗାଇ ଦେବା ପାଇଁ ଦାବି ମଧ୍ଯ ଜଣାଇ ଛନ୍ତି ।ତେବେ ପରୀକ୍ଷିତ ଙ୍କ ପାଖରେ କେବେ ପ୍ରଶାସନ ପହଞ୍ଚୁ ଛି ତାହା ସମୟ କହିବ।
