*ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ବନ୍ଦେ ମାତରମ ଗାନ କରିଥିଲେ* ନୂଆପଡା(ମିଖାଏଲ ନନ୍ଦ)
ତା:୨୧.୦୧.
ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ବନ୍ଦେ ମାତରମ ଗାନ କରିଥିଲେ। ଏହି ବନ୍ଦେ ମାତରମ ଗାନ ଉତ୍ସବ ରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଯୋଗ ଦେଇ ଦେଶ ସ୍ଵାଧୀନତା ପୂର୍ବ ରୁ ସଂଗ୍ରାମୀଙ୍କୁ ଦେଶ ମାତୃକାର ପ୍ରେମର ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରିଥିବା ପ୍ରକାଶ କରିଥିଲେ। ସମସ୍ତେ ମିଳିତ ରୂପେ ଏକା ସାଙ୍ଗରେ ଗୀତ ଗାନ କରିଥିଲେ। ସଭାରେ ନଗର ଅଧ୍ୟକ୍ଷ ଡ଼ଃ. ସୋନିଆ ଜୈନ୍, ନିର୍ବାହୀ ଅଧିକାରୀ କମଳାସନ ରଥ, ବହୁ ନାଗରିକ ଏବଂ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ।ଏହି କାଯ୍ୟକ୍ରମରେ ପ୍ରତିଯୋଗିତା ର ବିଜୟୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।
