ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ରଙ୍ଗେଈଲୁଣ୍ଡା ଶାଖାର ପ୍ରଥମ ବାର୍ଷିକ ଉତ୍ସବ।
ରଙ୍ଗେଈଲୁଣ୍ଡା -ସ୍ଥାନୀୟ କନିଷିସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ରଙ୍ଗେଈଲୁଣ୍ଡା ଶାଖାର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ସଭାପତି ଶ୍ରୀ କେ କୃଷ୍ଣ ମୂର୍ତ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ ସରକାରୀ ମହାସଙ୍ଘର ଗଞ୍ଜାମ ଜିଲ୍ଲା ସଂଘର ସଭାପତି ଶ୍ରୀ ଡ଼ି ମୋହନ ରାଓ ସମ୍ପାଦକ ଶ୍ରୀ ସଂକର୍ଷଣ ପାତ୍ର ଙ୍କ ସମେତ ସଂନିକଟସ୍ଥ ଚିକିଟୀ, ପାତ୍ରପୁର, କୁକୁଡାଖଣ୍ଡି ବ୍ଲକ ମାନଙ୍କର ସଭାପତି ତଥା ଆଗ୍ରହୀ ସଭ୍ୟ ମାନେ ଯୋଗଦେଇ ସରକାରଙ୍କ ଅବସରପ୍ରାପ୍ତ କର୍ମଚାରୀ ଙ୍କ ପ୍ରତି ବୈମାତୃକ ମନଭାବର ଘୋର ପ୍ରତିବାଦ ଜଣାଇ ଏହାର ସୁଵିଚାର କରିବାକୁ ଅନୁରୋଧ କରିଥିଲେ। ଏସଂକ୍ରାତ ର ବହୁବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ୍ୟ କୌଣସି ସୁଫଳ ନ ମିଳିବାରୁ କ୍ଷୋଭ ପ୍ରକାଶ ପାଇଲା। ଡ଼ ଦେବଦତ୍ତ ଚୌଧୁରୀ ଙ୍କ ଦିଗଦର୍ଶନ ରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ପରିଚାଳିତ ହୋଇଥିଲା। ପ୍ରାରମ୍ଭିକ ସଂଗୀତ ନୀତି ପ୍ରସନ୍ନ କୁମାର ପାଢ଼ୀ ଗାନ କରିଥିଲେ। ସଂଘର ସମ୍ପାଦକ ନୀଳମାଧଵ ଷଡ଼ଙ୍ଗୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥି ମାନଙ୍କ ଦ୍ୱାରା ସରକାରଙ୍କ ବିରୋଧରେ କ୍ଷୋଭ ପ୍ରକାଶିତ ହୋଇଥିଲା। ସଭ୍ୟ ସାରଥୀ ପାତ୍ର ସମସ୍ତ ସଂଘ କୁ ମିଶାଇ ଗୋଟିଏ ସଂଘ ଗଠନ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ୧୦ଜଣ ବରିଷ୍ଠ ସଦସ୍ୟ ଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା। ଭଲ ଉପସ୍ଥାନ ପାଇଁ ଟି ଚନ୍ଦ୍ର ଶେଖର ଅଚାରୀ ଙ୍କୁ ମୁକୁଟ ପ୍ରଦାନ କରାଯାଇଥିଲା। ବୈଠକ ରେ ବହୁ ସମୟରେ ଉପସ୍ଥିତ ହେବା ସଦସ୍ୟ ଙ୍କୁ ସମ୍ମାନୀତ କରିବା ସହ ଯୁବ ସ୍ବେଛାସେବୀ ଗୋପୀନାଥ ମହାରଣା ଙ୍କୁ ସମ୍ମାନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବ୍ଲକ ଶାଖାର ୯୦ରୁ ଉର୍ଦ୍ଧ ସଭ୍ୟ ଉପସ୍ଥିତ ଥିଲେ।ସହ ସମ୍ପାଦକ ରାଜେନ୍ଦ୍ର କିଶୋର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।ଉଚିତ ଦିଗଦର୍ଶନ ଦେଇ ସଭାପତି ସମସ୍ତଙ୍କୁ ଧନ୍ୟବାଦ ସହ ସଭା ସାଙ୍ଗ ଘୋଷଣା କରିଥିଲେ।
