*ନୂଆପଡ଼ା ନେସନାଲ କଲେଜ ରେ ୪୫ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ନେସନାଲ କଲେଜ ରେ ୪୫ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଅଛି। ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ କ୍ରୀଡା ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ନୂଆପଡା ବିଧାୟକ ଶ୍ରୀ ଜୟ ଢୋଲକିଆ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ମଧ୍ୟ ରେ ଥିବା ଅନ୍ତର୍ନିହିତ ପ୍ରତିଭା ଚୟନ ପ୍ରକ୍ରିୟାକୁ କହିଥିଲେ। ନେସନାଲ କଲେଜ ପରିଚାଳନା କମିଟି ସଭାପତି ଶ ସୁବାଷ ଚନ୍ଦ୍ର ରଇତା, କଲେଜ ଅଧ୍ୟକ୍ଷ ଶ୍ରୀ ହିତେଶ କୁମାର ସାହୁ, ବରିଷ୍ଠ ଅଧ୍ୟାପକ ଶ୍ରୀ ବିଧାନ ଚରଣ ମିଶ୍ର, ମମତା ପଟ୍ଟନାୟକ, ନନ୍ଦିନି ମଞ୍ଜରି ହୋତା, କପିଲ୍ ଦେବ୍ ପାଣିଗ୍ରାହୀ, ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ। , ୨ ଦିନ ଧରି ଚାଲିଥିବା ଏହି କ୍ରୀଡା ଉତ୍ସବରେ ୧୦୦ ମିଟର, ୨୦୦, ୪୦୦, ୮୦୦, ୧୫୦୦, ୫୦୦୦, ଲଙ୍ଗ ଜମ୍ପ, ହାଇ ଜମ୍ପ୍ ଟ୍ରିପଲ୍ ଜମ୍ପ, ଗୋଳା ଫିଙ୍ଗା,ଥାଳି ଫିଙ୍ଗା, ବର୍ଚ୍ଛା ଫିଙ୍ଗା, ୪*୪୦୦ ମିଟର ରିଲେ ରେସ, ଫେନ୍ସି ଡ୍ରେସ୍ ପ୍ରତିଯୋଗୀତା ଉଭୟ ବାଳକ ଓ ବାଳିକା ବିଭାଗରେ ହୋଇଥିଲା, ପୁରସ୍କାର ବିତରଣି ଉତ୍ସବରେ ମୁଖ୍ୟ ଅତିଥି କଲେଜ୍ ଆଲିମୁନି ସଭାପତି ଶ୍ରୀ ସରୋଜ କୁମାର୍ ସାହୁ ଓ ସମ୍ମାନୀତ ଅତିଥି ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ରାଜେନ୍ଦ୍ର ପ୍ରସାଦ ବଢାଇ କୃତି ଛାତ୍ର/ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।
