କିଚକେଶ୍ୱରୀ ମନ୍ଦିର ପରିସରରେ ମହିଳାଙ୍କ ଦବାଙ୍ଗିରି, ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ସହ ଦୁର୍ବ୍ୟବହାର
ସୁକ୍ରୁଳି (ଇନ୍ଦ୍ରଜିତ ମିଶ୍ର )
ମୟୂରଭଞ୍ଜ ଜିଲ୍ଲାର ଐତିହାସିକ ତଥା ପ୍ରସିଦ୍ଧ ଶକ୍ତିପୀଠ ମାଆ କିଚକେଶ୍ୱରୀ ମନ୍ଦିରକୁ ପ୍ରତିଦିନ ବହୁ ସଂଖ୍ୟାରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହୁଛି।
ଗତକାଲି ଜଣେ ପର୍ଯ୍ୟଟକ ଦମ୍ପତି ମନ୍ଦିର ଦର୍ଶନ ପାଇଁ ଆସିଥିବା ବେଳେ ଜୋତା ଷ୍ଟାଣ୍ଡରେ ଜୋତା ନ ରଖି ମନ୍ଦିର କ୍ୟାମ୍ପସ ସମ୍ମୁଖରେ ରଖୁଥିଲେ। ଏହାକୁ ନେଇ ଜୋତା ଷ୍ଟାଣ୍ଡର ଲିଜଧାରୀ ମନା କରିବାରୁ ଉକ୍ତ ମହିଳା ରୁଷ୍ଟ ହୋଇ ପାଟିତୁଣ୍ଡ କରିଥିଲେ।
ପରେ ଘଟଣା ସ୍ଥଳରେ ବୁଝାସୁଝା କରିବା ପାଇଁ ସ୍ଥାନୀୟ ଲୋକ ଆସିଥିବା ବେଳେ ସେମାନଙ୍କ ସହ ମଧ୍ୟ ଅସଭ୍ୟ ଆଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ସେମାନଙ୍କ କଲର୍ ଧରି ଧମକ ଦେବା ସହ ବିଭିନ୍ନ ପ୍ରକାର ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରାଯାଇଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ପବିତ୍ର ମନ୍ଦିର ପରିସରରେ ଏଭଳି ଅଶୋଭନୀୟ ଘଟଣା ଘଟିବାକୁ ନେଇ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶାସନ ଏହି ଘଟଣା ଉପରେ ଦୃଷ୍ଟି ଦେଇ ଯଥୋଚିତ ପଦକ୍ଷେପ ନେବାକୁ ଦାବି ହେଉଛି।
