
ଯାଜପୁର ଜିଲ୍ଲା ଜାରକାରେ ଥିବା ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ-୨ର କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣା ଆଜି ଜଣେ ଠିକାଦାରଙ୍କ ବକେୟା ବିଲ ପାସ କରାଇ ଦେବାକୁ ତାଙ୍କଠାରୁ ୨ ଲକ୍ଷ ୩ ହଜାର ଟଙ୍କା ଲାଞ୍ଚ ନେଇ ୧୬ ନମ୍ବର ଜାତୀୟ ରାଜପଥରେ ଏକ କାରରେ ନିଜ ଘର ଖୋର୍ଦ୍ଧାକୁ ଯାଉଥିବା ବେଳେ ଯାଜପୁର ଭିଜିଲାନ୍ସ ଡ଼ିଏସପି ଗୋଡ଼ାଇ ଗୋଡ଼ାଇ ତାଙ୍କୁ ଟାଙ୍ଗି ଟୋଲ ପ୍ଲାଜା ନିକଟରେ ମାଡ଼ି ବସିଛନ୍ତି । ଏହାପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ମିଳିଛି ।