ରଘୁନାଥପୁର ବ୍ଲକ ରେ ସ୍ୱଚ୍ଛ ଭାରତ ମିଶନରେ ଘୋଟାଲା , ଭିଜିଲାନ୍ସ ତଦନ୍ତ ପାଇଁ ସାଧାରଣରେ ଦାବି l
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ବ୍ଲକ ଟି ଦୁର୍ନୀତି ଘଟଣାରେ ଶୀର୍ଷରେ ଥିବାବେଳେ ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ରେ ଆସିଥିବା ପାଇଖାନା ଓ ଅନ୍ୟାନ୍ୟ କାମ ଗୁଡ଼ିକ ରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ତୋଷାରପାତ ହେଉଛି l
ହାତ ଗୁଞ୍ଜl ନ ଦେଲେ ପାଇଖାନା ହିତାଧିକାରୀଙ୍କ ବିଲ ବର୍ଷ ବର୍ଷ ଧରି ମିଳି ପାରୁନାହିଁ , ହେଲେ ଶୌଚାଳୟ ତିଆରି ନ କରି ସ୍ୱାମୀ, ସ୍ତ୍ରୀ ଓ ଗୋଟିଏ ପରିବାର ର ସମସ୍ତ ଙ୍କ ନାମରେ ମିଛ ବିଲ କରି ଟଙ୍କା କୁ କିଛି ଦଲାଲ ଓ ବ୍ଲକ ରେ ଥିବା ସ୍ୱଚ୍ଛ ଭାରତର ବିଭାଗୀୟ ଅଧିକାରୀ ଓ ବ୍ଲକର ଉପରିସ୍ଥ ଅଧିକାରୀ ମିଶି ଗୋଟିଏ ଶୌଚାଳୟ ବିଲ ରେ ଦୁଇ ରୁ ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ଲାଞ ନେଇ ମିଥ୍ୟା ବିଲ କରି ଦଲାଲ ମାଧ୍ୟମରେ ନିଜ ପକେଟ କୁ ଗରମ କରୁଛନ୍ତି l ଯେଉଁ ହିତାଧିକାରୀ ମାନେ ପଇସା ଲାଞ୍ଚ ଦେଉଛନ୍ତି ସେମାନଙ୍କ ବିଲ ସଙ୍ଗେ ସଙ୍ଗେ ମିଳିଯାଉଥିବା ବେଳେ ଯେଉଁ ମାନେ କାମ ସମାପ୍ତ କରିଛନ୍ତି ସେମାନଙ୍କୁ ବ୍ଲକ ଅଫିସ କୁ ଦୌଡ଼ି ଦୌଡ଼ି ହତାଶ ହେଉଛନ୍ତି କିନ୍ତୁ ବିଲ ହେଉନାହିଁ l ଏକଥା ରଘୁନାଥପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜାଣନ୍ତି ହେଲେ ସବୁ ଜାଣି ନଜାଣିଲା ପରି ଆଖି ବନ୍ଦ କରି ବସିବା ପରି ମନେ ହେଉଛି l ଏଥି ନିମନ୍ତେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣିରେ ଦାବି ହେଉଥିଲେ ବି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଉଛି I ଏହି ଦୁର୍ନୀତି ରେ ଲିପ୍ତ ଥିବା ସମସ୍ତ ଅଫିସର ମାନଙ୍କ ଉପରେ ଦୃଢ଼ କାଯ୍ୟ ନୁଷ୍ଠାନ ଗ୍ରହଣ କରାଯାଉ ଓ ୨୦୨୧ ରୁ ଆଜି ପ୍ରଯ୍ୟନ୍ତ ସ୍ୱଚ୍ଛ ଭାରତର ପାଇଖାନା ଓ ଅନ୍ୟlନ୍ୟ କାର୍ଯ୍ୟ ତଥା ତାଙ୍କ ସମ୍ପର୍କୀୟ ମାନଙ୍କ ଆକାଉଣ୍ଟ କୁ ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରାଯାଇ ପାରିଲେ ସମସ୍ତ ଘଟଣା ଲୋକ ଲୋଚନକୁ ଆସିପାରନ୍ତା ବୋଲି ସାଧାରଣରେ ଦାବି ହେଉଛି l ଏ ସମ୍ପର୍କରେ ସଠିକ ତଦନ୍ତ କରାନଗଲେ ଆଗାମୀ ଦିନରେ ବିରାଟ ଜନ ଆନ୍ଦୋଳନ ରୂପ ନେବ ବୋଲି ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି I
