ଦଶରଥପୁର(ଭଞ୍ଜଦୂତ:ନି.ପ୍ର)
ରିପୋର୍ଟର-ମାନସ କୁମାର ସାହୁ
ସଟ ସର୍କିଟ ଯୋଗୁଁ ନିଆଁ ଲାଗି ତିନି ବଖରା ଜଳିଗଲା
ଦଶରଥପୁର ବ୍ଲକ ଅନ୍ତର୍ଗତ ନିଜାମପୁର ପଞ୍ଚାୟତର ଲାଲବାଗ କୂଳସାହି ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩ବଖରା ଘର ଜଳିଯାଇଛି.ଗ୍ରାମର ବିଷ୍ଣୁ ଚରଣ ଯେନା ଓ ରାକେଶ କୁମାର ଯେନା ଙ୍କ ଚ଼ାଳଘର ସମ୍ପୂର୍ଣ୍ଣ ଜଳି ଯାଇଛି. ସୂଚ଼ନା ମୁତାବକ ତା-୬/୧ ମଙ୍ଗଳବାର ମଧ୍ୟରାତି ରେ ସଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା. ନିଆଁ ର ପ୍ରଖର ଏତେ ଜୋର୍ ଥିବାରୁ ୩ ବଖରା ଘରେ ଥିବା କୌଣସି ଜିନିଷ ଉଦ୍ଧାର କରାଯାଇ ନଥିଲା. ଦଶରଥପୁର ଅଗ୍ନିଶମ ବାହିନୀ ଓ ଗ୍ରାମବାସୀ ଙ୍କ ମିଳିତ ଭାବେ ନିଆଁକୁ ଆୟତ୍ତ କରାଯାଇଥିଲା. ସେ ଦୁଇଜଣ ବ୍ୟକ୍ତି ଦିନ ମଜୁରିଆ ଓ ଭୂମିହୀନ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି.
