ଧର୍ମାନନ୍ଦ ସେଠି ଙ୍କ ଖବର ବ୍ଲକ ପ୍ରଶାସନ ତରଫରୁ ଭୁବନ ମହୋତ୍ସବ
ଭୁବନ ୯.୧- ଭୁବନ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ବ୍ଲକ ପ୍ରଶାସନ ତରଫରୁ ଭୁବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ଶ୍ରୀମତୀ ଆୟୁଷି ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାମାକ୍ଷା ନଗର ବିଧାୟକ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ସଞ୍ଜୟ ଦାସ ମୁଖ୍ୟ ଅତିଥି ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ମହୋତ୍ସବ ଶୁଭାରମ୍ଭ କରିଥିଲେ।ରେମୋ ଡ୍ୟାନ୍ସ ଗ୍ରୁପ ଭୁବନେଶ୍ଵର ,ବାଜି ରାଉତ କଲେଜ ଗ୍ରୁପ ସହିତ ଓଡ଼ିଶୀ ନୃତ୍ୟ,ଦାସ କାଠିଆ ଓ ଦେଶାତ୍ମବୋଧକ ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା । ଅତିରିକ୍ତ ବିଡ଼ିଓ ଅଶୋକ କୁମାର ମିଶ୍ର ଙ୍କ ଚଲତେ ଚଲତେ ମେରା ୟେ ଗିତ୍ ୟାଦ ରଖନା … କଭି ଅଲବିଦା ନା କହନା ,ପ୍ରଥମ ପ୍ରେମର ପ୍ରଥମ ଚିଠି ,ଲେଖୁଛି ଆଳାପ ଭାବୁଛି ବେଶୀ ଗୀତରେ ଦର୍ଶକ ବିଭୋର ହୋଇଥିଲେ । ବସନ୍ତ କୁମାର ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ବ୍ଲକ କର୍ମଚାରୀ ମାନେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ । ସକାଳେ କାଳୀ ବଜାର ଠାରେ ଏକତା ଯାତ୍ରା ଅନୁଷ୍ଠିତ ହୋଇଥିଲା ।
