ଖବର କାଗଜ ବିତରକଙ୍କ ପରଲୋକରେ ସାମ୍ବାଦିକ ସଙ୍ଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା
ଦଶରଥପୁର(ଭଞ୍ଜଦୂତ:ନି.ପ୍ର)
ରିପୋର୍ଟର-ମାନସ କୁମାର ସାହୁ
ଆଜି ସାନ୍ଧ୍ୟରେ ଦଶରଥପୁର ବ୍ଲକର ମଙ୍ଗଳପୁରସ୍ଥ ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ ଖବର କାଗଜ ବିତରକ ସ୍ବର୍ଗତ ବାବନ ଜେନା (୫୮)ଙ୍କ ଅକାଳ ବିୟୋଗରେ ସାମ୍ବାଦିକ ସଙ୍ଘ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଘର ଡାହାଣହତା ପଞ୍ଚାୟତ ବଉଳାଙ୍ଗ ଗ୍ରାମରେ। ସେ ଦଶରଥପୁର ବ୍ଲକ ଅଧିନସ୍ଥ ଝୁମ୍ପୁରୀ, କାଟିଆ, ବୌଳାଙ୍ଗ, ମଙ୍ଗଳପୁର ବଜାର ସମେତ ଆଖ ପାଖ ଅଂଚଳରେ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଦାୟିତ୍ୱର ସହ ଖବର କାଗଜ ବିତରଣ କରି ଜନସାଧାରଣଙ୍କ ପ୍ରିୟ ଭାଜନ ହୋଇପାରିଥିଲେ। ସେ କିଛି ଦିନ ହେବ କ୍ୟାନ୍ସର ରୋଗରେ ପୀଡିତ ହୋଇ ଆଜି ସକାଳେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ଘଟିଛି | ଡାହାଣ ହତା ପଂଚାୟତ ବୌଳାଙ୍ଗ ଗ୍ରାମର ଜନ୍ମିତ ବାବନ ଜେନା ରାତି ପାହିଲେ ଜନସାଧାରଣଙ୍କୁ ତାଜା ଖବର ପହଂଚାଇବା କାର୍ଯ୍ୟ କରି ସମସ୍ତଙ୍କ ପ୍ରଶଂଶା ଭାଜନ ହୋଇପାରିଥିଲେ | ତାଙ୍କ କାର୍ଯ୍ୟ ସବୁଦିନ ମନେରହିବ ବୋଲି ଆଲୋଚନା ହୋଇଥିଲା। ସାମ୍ବାଦିକ ଶଙ୍କର୍ଷଣ କୁଣ୍ଡୁ, ଚନ୍ଦ୍ର ଶେଖର ସାହୁ, ସୁଶାନ୍ତ ବେହୁରିଆ, ପ୍ରତ୍ୟୁଷ ନାୟକ, ପ୍ରତାପ ମାଲିକ, ମହେଶ୍ୱର ଜେନା, ଯତୀନ୍ଦ୍ରନାଥ କର, ସବ୍ୟସାଚୀ ଦାସ, ସୀତାଂଶୁ ଶେଖର ଜେନା, ବିଶ୍ୱଭୂଷଣ ବିଶ୍ୱାଳ, ଧୀରେନ୍ଦ୍ର ମଲିକ, ବିଶ୍ୱଜିତ ଦାସ, ସତ୍ୟଜିତ ସାମଲ ଯୋଗଦେଇ ଶୋକ ପ୍ରକଟ ଜଣାଇଥିଲେ। ସ୍ବର୍ଗତ ଜେନା ଜଣେ ଦଳିତ ପରିବାରର ହୋଇଥିବାବେଳେ ଅତି ଗରିବ ଶ୍ରେଣୀ ଅଟନ୍ତି। ତାଙ୍କ ଅକାଳ ବିୟୋଗରେ ପରିବାରକୁ ସହାୟତା ପାଇଁ କୌଶିକ ଦାସ, ମାନସ ଜେନା, ଜୟପ୍ରକାଶ ନାୟକ, ଅକ୍ଷୟ ନାୟକ, ପ୍ରଦୀପ ମହାନ୍ତି, ଜ୍ୟୋତି ପ୍ରକାଶ ଶତପଥୀ, ମନୋଜ ପୃଷ୍ଟି, ମନୋଜ ପରିଡା, ଉମାକାନ୍ତ ଧଳ, ମାନସ କୁମାର ସାହୁ, ମନୋରଞ୍ଜନ ମଲିକ, ରାକେଶ ସାହୁ, ଜଗା ମହାପାତ୍ର ପ୍ରମୁଖ ଦାବୀ ଜଣାଇଛନ୍ତି।
