*ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ କୋମନା ରେ ଜାତୀୟ ସେବା ଯୋଜନା ରେ ସ୍ବଚ୍ଛତା ସଫେଇ କାର୍ଯ୍ୟକ୍ରମ*
ନୂଆପଡା (ମିଖାଏଲ ନନ୍ଦ)
ତା:୦୮.୦୧ –
ନୂଆପଡା ଜିଲ୍ଳା ଅନ୍ତର୍ଗତ କୋମନା ବ୍ଲକ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ରେ ସ୍ବଚ୍ଛତା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏନ୍. ଏସ୍. ଏସ୍. କାର୍ଯ୍ୟକ୍ରମ ଅଧିକାରୀ ନଳିନୀ କାନ୍ତି ସାଙ୍କ ଅଧ୍ୟକ୍ଷତା ରେ ଆଜି ଆମ ମହାବିଦ୍ୟାଳୟରେ ଏକକ ପ୍ଲାଷ୍ଟିକ ମୁକ୍ତ ପରିବେଶ ସୃଷ୍ଟି ପାଇଁ କାର୍ଯ୍ୟ କରିବାକୁ ସପଥ ନେଇଥିଲେ। ସମସ୍ତ ସ୍ଵେଚ୍ଛାସେବୀ ମହାବିଦ୍ୟାଲୟ ପରିସର ଭ୍ରମଣ କରି ପ୍ଲାଷ୍ଟିକ ଆଲିଆ ଆବର୍ଜନା ସଂଗ୍ରହ କରି ବର୍ଜ୍ୟବସ୍ତୁ କୁ ମୁକ୍ତ ପରିସର କରିଥିଲେ। ଆମ ମହାବିଦ୍ୟାଳୟ ଆମ ସୁରକ୍ଷା, ସ୍ୱଚ୍ଛ ନିର୍ମଳ ପରିବେଶ ସ୍ଵେଚ୍ଛାସେବୀ ଅବଦାନ ବୋଲି ଆହ୍ବାନ କରିଥିଲେ। ଅମିତ୍ ରାଉତ, ମନୋହର ନାଗ , ସିବସାଗର ହଂସ ଓ ଜସ୍ମିନ ସାହୁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
