*ତାଳଚେର ଅନୁଗୁଳ ପ୍ରଦୂଷଣ ସମସ୍ୟା ନେଇ ଉଦବେଗ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ*
(କେନ୍ଦ୍ର ପରିବେଶ ଓ କୋଇଲା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ )
ଅନୁଗୁଳ /ତାଳଚେର :ତା 8/1/2026: ଅନୁଗୋଳ-ତାଳଚେର ଅନୁଗୁଳ ଶିଳ୍ପାଞ୍ଚଳରେ ବଢୁଥିବା ବାୟୁ ପ୍ରଦୂଷଣ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି |କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିସାନ ରେଡ୍ଡୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି |
ତାଳଚେର ଏବଂ ଅନୁଗୋଳରେ ବାୟୁର ଗୁଣବତ୍ତା ସୂଚକାଙ୍କ (AQI) ସ୍ଥିତି ଚିନ୍ତାଜନକ । ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଶିଶୁ, ବୟସ୍କ ଏବଂ ଶ୍ୱାସକ୍ରିୟା ଜନିତ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିପନ୍ନ ହେଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ପ୍ରକାଶ କରିଛନ୍ତି |
ଏହି ସମସ୍ୟାର ସମାଧାନ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା, କୋଇଲା ପରିବହନ ପାଇଁ ଆଧୁନିକ ‘ମେକାନାଇଜଡ୍’ ବ୍ୟବସ୍ଥା ଆପଣାଇବା, ଖଣି ଓ ଶିଳ୍ପାଞ୍ଚଳ ଚାରିପାଖରେ ବ୍ୟାପକ ବୃକ୍ଷରୋପଣ କରି ‘ଗ୍ରୀନ୍ ବଫର୍’ ସୃଷ୍ଟି କରିବା ସହ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ଅନୁରୋଧ କରିଛନ୍ତି |
