*ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ୱାର୍ଡ ରେ ପୌର ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଖଡିଆଳ ସ୍ୱଚ୍ଛ ଏବଂ ନିର୍ମଳ ପରିବେଶ ପାଇଁ ଆହ୍ବାନ*
ନୂଆପଡା (ମିଖାଏଲ ନନ୍ଦ)
ତା:୦୮.୦୧.
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଠାରେ ୱାର୍ଡ ରେ ପୌର ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କ୍ରମ ରେ ୱାର୍ଡ ନମ୍ୱର୍ ୫ ଓ ୧୨ ରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଅଛି। ସମୁଦାୟ ୩୨ ଗୋଟି ଆପତ୍ତି ଓ ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ୧୭ ଗୋଟି ଅଭିଯୋଗ ର ଫେସଲା କରିଥିବା ବେଳେ ୧୫ ଗୋଟି ଅଭିଯୋଗ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଆହ୍ବାନ କରିଛନ୍ତି। ଖଡିଆଳ ସହର କୁ ସ୍ୱଚ୍ଛ ଏବଂ ନିର୍ମଳ ପରିବେଶ ସୃଷ୍ଟି କରିବାକୁ ନାଗରିକ ଙ୍କୁ ଆହ୍ବାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଏନ୍ ଏ ସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ଉପାଧ୍ୟକ୍ଷ ଶକୁନ୍ତଳା ରାଉତ, ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଅଭିଯୋଗ ଶୁଣାଣୀ କରି ତାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେଇଥିଲେ। ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ରେ ଖଡିଆଳ ନଗର ବାସୀ ଯୋଗ ଦେଇ ନିଜ ଆପତ୍ତି ଅଭିଯୋଗ ଦେଇଥିଲେ।
