*ଖରୀଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ୱର୍ ୦୩ ରେ ପୌର ପ୍ରଶାସନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ତା:୩୧.୧୩.
ଖରୀଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ୱର୍ ୦୩ ରେ ପୌର ପ୍ରଶାସନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି। ୱାର୍ଡ ନମ୍ୱର୍ ୩ ରେ ପୌର ପରିଷଦ ପହଞ୍ଚି ନଗର ବାସୀଙ୍କ ଠାରୁ ୮୦ ଗୋଟି ଅଭିଯୋଗ ଗ୍ରହଣ କରିଥିବା ବେଳେ ୬୦ ଗୋଟି ଅଭିଯୋଗ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଗୃହ, ଭତ୍ତା ଯୋଜନା ରେ ଅନ୍ତର୍ଭୁକ୍ତ, ଗୋଷ୍ଠିଗତ ଅଭିଯୋଗ ଆସିଥିବା ବେଳେ ସମସ୍ତ ତୁରନ୍ତ ସମାଧାନ ପାଇଁ ନିଷ୍ପତ୍ତି ହୋଇଅଛି।ଏହି ଅଭିଯୋଗ ଶୁଣାଣୀ ଶିବିର ରେ ପରିଷଦ ର ଅଧ୍ୟକ୍ଷା ଡ଼. ସୋନିଆ ଜୈନ୍, ଉପାଧ୍ୟକ୍ଷ ନିଶାନ୍ତ ଡାଗା ସଂପୃକ୍ତ ୱାର୍ଡ ର ସଦସ୍ୟା, କାର୍ଯ୍ୟ ନିର୍ବାହୀ ଅଧିକାରୀ କମଳାକାନ୍ତ ରଥ ଏବଂ ସମସ୍ତ ଏନ୍ ଏ ସି କର୍ମଚାରୀ ଯୋଗ ଦେଇଥିଲେ। ଖରୀଆର ରୋଡ ଏନ୍ ଏ ସି କୁ ସ୍ୱଚ୍ଛ ନିର୍ମଳ ପରିବେଶ ଗଠନ ପାଇଁ ସମସ୍ତ ଙ୍କୁ ଆହ୍ବାନ କରିଛନ୍ତି। ୱାର୍ଡ ନମ୍ୱର୍ ୩ ରେ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ କାର୍ଯ୍ୟକ୍ରମ ରେ ସାମିଲ ହୋଇ ପତ୍ର ଖଳି ଦନା ବ୍ୟବହାର ସହ ଷ୍ଟିଲ ଟ୍ରେ ବ୍ୟବହାର ପାଇଁ ଆହ୍ବାନ କରିଛନ୍ତି।
