ସୋରରେ ବାଂଲାଦେଶୀ ହଟାଅ ଦେଶ ବଞ୍ଚାଅ ପ୍ରତିବାଦ ସଭା ଅନୁଷ୍ଠିତ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: ସୋରରେ ବାଲାଂଦେଶି ହଟାଅ ଦେଶ ବଞ୍ଚାଅ ନାରା ରେ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ବାଂଲାଦେଶରେ ହୋଇଥିବା ହିନ୍ଦୁ ଯୁବକ ଦିପୁଙ୍କ ହତ୍ୟାକୁ ବିରୋଧ କରି ସୋର ବଜରଙ୍ଗୀଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ବାଂଲାଦେଶର ପ୍ରଧାନମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ବାଂଲାଦେଶରେ ଦିନ୍ଦୁମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ହେଉଥିବା ବେଳେ ସେଠାକାର ସରକାରଙ୍କ ନିରବତା କାରଣରୁ ଆଜି ସୋର ବଜରଙ୍ଗୀଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ଏକ ପଦଯାତ୍ରା ଆଶ୍ରମଛକରୁ ବାହାରି ଡାକ୍ତରଖାନା ଛକ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ବାଂଲାଦେଶ ସରକାରଙ୍କ ବିରୁଦ୍ଧରେ ନାରାବାଜି ଓ ବାଂଲାଦେଶର ଅନ୍ତରିଣ ସରକାର ମହମଦ ୟୁନୁସଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଏହି ସମୟରେ ରଶ୍ମିରଞ୍ଜନ ଦାସ, ସୁବ୍ରତ ମହାନ୍ତି, ରାଧାଶ୍ୟାମ ବିଶ୍ୱାଳ, ମନୋଜ କୁମାର ପାତ୍ର, ଅରବିନ୍ଦ ମହାନ୍ତି ଓ ପ୍ରଦିପ ପଲେଇ ପ୍ରମୁଖ ଉପସ୍ଥିତ ଥିଲେ।
