*ମାଟିଲଗ୍ନା ମାନସ ସମ୍ମାନ ରେ ସମ୍ମାନିତ ହେଲେ କୋମନା ଯୁବ କବି ଦେବେନ୍ଦ୍ର ହଂସ*
ନୂଆପଡା( ମିଖାଏଲ ନନ୍ଦ)
ତା:୩୦.୧୨.
ବରଗଡ଼ ଠାରେ ଅନୁଷ୍ଠିତ ହୋଇଥିବା ମାଟିଲଗ୍ନା ରାଜ୍ୟସ୍ତରୀୟ ଧନୁଯାତ୍ରା ସାହିତ୍ୟ ସମାବେଶ ରେ ନୂଆପଡ଼ା ଜିଲ୍ଲା ସିହିନାମୁଣ୍ତା ( ନାଏକପଡା ) ଗ୍ରାମର କବି ଦେବେନ୍ଦ୍ର ହଂସ ଦୀର୍ଘ ଦିନର ସାହିତ୍ୟ ସାଧନା ପାଇଁ ମାଟିଲଗ୍ନା ସାହିତ୍ୟ ସଂସଦ ର ଏକ ଐତିହାସିକ ରାଜ୍ୟ ସ୍ତରୀୟ ସାହିତ୍ୟ ସମାବେଶରେ ଯୁବ କବି ଦେବେନ୍ଦ୍ର ହଂସ ହେଉଛନ୍ତି। ସ୍ନାତକୋତ୍ତର ଓଡ଼ିଆ ସାହିତ୍ୟ ବିଭାଗ ର ଜଣେ ଛାତ୍ର । ସେ କବିତା ରଚନା କରିବା ସହ ଗଳ୍ପ ପ୍ରବନ୍ଧ ମଧ୍ୟ ରଚନା କରନ୍ତି। ସଂଗୀତ, ଅଭିନୟ ଭଲି ଲୋକ ପିୟ କଳା ସଂସ୍କୃତି ରେ ନିଜକୁ ନିୟୋଜିତ ରଖି ଜନସମାଜ ମଧ୍ୟରେ ପ୍ରଶଂସା ପାତ୍ର ହୋଇପାରିଛନ୍ତି। ଖୁସିର କଥା କବି ଦେବେନ୍ଦ୍ର ହଂସ ୬ ବର୍ଷ ସାହିତ୍ୟ ସାଧନା ଭିତରେ ଦଶ ଥର ରାଜ୍ୟ ସ୍ତରୀୟ ସାହିତ୍ୟ ସମାବେଶ ଓ ଦୁଇ ଥର ସର୍ବଭାରତୀୟ ସ୍ତର ସାହିତ୍ୟ ସମାବେଶ ରେ ଯୋଗ ଦେଇ ସମ୍ମାନିତ ହୋଇସାରିଛନ୍ତି ।।
