କବିସୂର୍ଯ୍ୟ ରକ୍ତଦାନ ସେବାସଂଘର ଷଷ୍ଠ ବାର୍ଷିକ ଉତ୍ସବ, ଯୋଗଦେଲେ ମନ୍ତ୍ରୀ ବିଭୁତି ଜେନା।
କବିସୂର୍ଯ୍ୟନଗର ସ୍ଥିତ ଆଇ ବି ଛକ ଷ୍ଟାଡିୟମ ପରିସରରେ କବିସୂର୍ଯ୍ୟ ରକ୍ତଦାନ ସେବା ସଂଘର ଷଷ୍ଠ ବାର୍ଷିକ ଉତ୍ସବ ପାଳନ। ଉକ୍ତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଖଣିଜ ଓ ପରିବହନ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗଦେଇଥିଲେ। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ଯୋଗଦେଇ ଉତ୍ସାହିତ କରିଥିଲେ। ଅନୁଷ୍ଠାନର ଉଦ୍ଦେଶ୍ୟ, ଲକ୍ଷ୍ୟ ଓ ଅଭିମୁଖ୍ୟ ସମ୍ପର୍କରେ ପ୍ରତିଷ୍ଠାତା ତଥା ମୁଖ୍ୟ ସଂଯୋଜକ ସୁମନ୍ତ କୁମାର ଚର୍ଚ୍ଚି ବିସ୍ତୁତ ଭାବେ ବର୍ଣ୍ଣନା କରିଥିଲେ । ରକ୍ତଦାନ ଭଳି ମହତ ଅନୁଷ୍ଠାନ କରି ସାଧାରଣ ଲୋକଙ୍କ ସେବା କରିବା କ୍ଷେତ୍ରରେ ଏହି ଅନୁଷ୍ଠାନ କାମ କରୁଥିବା ଯୋଗୁଁ ଏଭଳି ଅନୁଷ୍ଠାନକୁ ସାଧୁବାଦ ଜ୍ଞାପନ କରିଥିଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା । ସେହିପରି ଆସିକା ସାଂସଦୀୟ କ୍ଷେତ୍ରରେ ଏକ ରକ୍ତଦାନ ୟୁନିଟ ଖୋଲିବା ପାଇଁ ପ୍ରତିଶୃତି ଦେଇଥିଲେ ସାଂସଦ ଅନିତା ଶୁଭଦର୍ଶିନୀ। ମୋ ନିର୍ବାଚନ ମଣ୍ଡଳୀରେ ଏଭଳି ମହତ ଅନୁଷ୍ଠାନ ଗଢି ଉଠିଥିବା ନେଇ ଜାଣିଲା ପରେ ମୁଁ ନିଜକୁ ଗର୍ବ ଅନୁଭବ କରୁଛି ବୋଲି କହିଥିଲେ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ।ଉକ୍ତ ରକ୍ତଦାନ ସେବା ସଂଘର ନିର୍ଦ୍ଦେଶକ ସୁଶାନ୍ତ କୁମାର ଚର୍ଚ୍ଚି ଓ ଉପଦେଷ୍ଟା ପ୍ରଶାନ୍ତ କୁମାର ଚର୍ଚ୍ଚି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସଭାପତି ତତ୍ତ୍ୱମସି ପରିଡା ସଭାପତିତ୍ୱ କରିଥିଲେ। କୋଭିଡ ସମୟରେ ଜନ୍ମ ନେଇଥିବା ଏହି ରକ୍ତଦାନ ସେବା ସଙ୍ଘ ଷଷ୍ଠ ବର୍ଷରେ ପହଂଚିଥିବା ବେଳେ ଆହୁରି ସୁଦୂର ପ୍ରସାରୀ ହେଉ ବୋଲି କହିଥିଲେ ଅନ୍ୟତମ ଅତିଥି ତଥା ବ୍ଲକ ଶିକ୍ଷା ଅଧିକାରୀ ଅଭିମନ୍ୟୁ ସାହୁ । ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ, ଗଞ୍ଜାମ ଜିଲ୍ଲା ହ୍ୟୁମାନ ରାଇଟ୍ସ ସଭାପତି ଲୋକନାଥ ତ୍ରିପାଠୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପିତାମ୍ବର ସେଠି, ସମାଜସେବୀ ରାମ ପ୍ରସାଦ ମହାରଣା, ବିଜେପି ମଣ୍ଡଳ ସଭାପତି ଅଶୋକ ଜେନା, ବରିଷ୍ଠ ନେତା ଶିଶିର ମିଶ୍ର, ବିଜୟ ସ୍ୱାଇଁ,ଯଜ୍ଞ ନାରାୟଣ ଦାଶ ଉପସ୍ଥିତ ଥିଲେ । ଅନ ଲାଇନ ମାଧ୍ୟମରେ ହୋଇଥିବା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସେହିଭଳି ସ୍ଥାନୀୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ସମାଜରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିତ୍ୱ ମାନଙ୍କୁ ମଧ୍ୟ ସମ୍ମାନ ପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଶିକ୍ଷାବିତ ଦିବାକର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । କବିସୂର୍ଯ୍ୟ ରକ୍ତଦାନ ସେବା ସଙ୍ଘ ଦ୍ୱାରା ଉପକୃତ ହୋଇଥିବା କିଛି ବ୍ୟକ୍ତି ନିଜର ସ୍ମୃତିକୁ ମଞ୍ଚରେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିଲେ ରତ୍ନାକର ସିୟ ଓ ଆଦ୍ୟାଶ୍ରୀ ରଥ । ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସାହାଯ୍ୟ ଓ ସହଯୋଗ କରିଥିଲେ । କାର୍ଯ୍ୟକାରୀ ସଭାପତି ବାଲ୍ମୀକି ବିଷୋୟୀ ଉପସ୍ଥିତ ରହି ପରିଚାଳନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ମୁକେଶ ଜେନା, ଚନ୍ଦନ ସାହୁ,ନବୀନ ନାହାକ, କାହ୍ନୁ ଚରଣ କହର, ଅଭିମନ୍ୟୁ ନାହାକ, ଜ୍ୟୋତିର୍ମୟୀ ପଣ୍ଡା, ବିନାୟକ ସ୍ୱାଇଁ, ଜଟିଆ ପଳତା, ବୁଲୁ ଗୌଡ଼,କିରଣ ଦାଶ, ମନୋଜ ପୃଷ୍ଟି, ରଞ୍ଜନ ନାହାକ, ଦିଗାମ୍ବର ସାହୁ, ଅମର ପ୍ରଧାନ, ଦିବ୍ୟକାନ୍ତ ସାମଲ, ଜ୍ଞାନ ରଥ, ସଂଘମିତ୍ରା ଚର୍ଚ୍ଚି, ହେନା ବଳିୟାରସିଂ,ଜାନକୀ ନାହାକ, ରାଜେନ୍ଦ୍ର ମହାରଣା,ଶଙ୍କର ପାଣିଗ୍ରାହୀ, ପୁନାଲ ଜେନା, ଗଙ୍ଗାଧର ଦଳେଇ, ବିଷ୍ଣୁ ପ୍ରସାଦ ପୋଲେଇ, ଶକ୍ତି ପ୍ରସାଦ ପ୍ରଧାନ, ରାଜକୁମାର କହଁର, ଲିପନ ନାୟକ, ଗୋରାଚନ୍ଦ ରେଡି, ଅରୁଣ ବିଷୋୟୀ, ଚିନ୍ମୟ ପୋଲେଇ, ଅରୁଣ ପାତ୍ର, ସୋମ୍ୟ ରଞ୍ଜନ ସାହୁ, ସୁନାଶିର ଦାସ, ଉତ୍ତମ ନାହାକ, ମୁରଲୀଧର ନାହାକ, ପୂର୍ଣ୍ଣଚନ୍ଦ୍ର ନାହାକ, ରାହୁଲ ସାହୁ, ସଞ୍ଜୟ ଡାକୁଆ, ସରୋଜ ବିଶ୍ୱାଳ, ସିଦ୍ଧାର୍ଥ ଶଙ୍କର ସାହୁ, ରବିନ୍ଦ୍ର କୁମାର ସେଠୀ, ଟୁକୁନା ଜେନା, ସନ୍ତୋଷ ଚର୍ଚ୍ଚି, ପୂଜା ସାମଲ, ମୀରା ମାହାନ୍ତି, ବସନ୍ତ ଜେନା, ବିଘ୍ନେଶ୍ବର, ପଞ୍ଚା ବିଷୋୟୀ, ନାରାୟଣ ଖୁଣ୍ଟିଆ,ବିକାଶ ସେଠି, ସୋମ ମୁନି, ଦେବାନନ୍ଦ ରାଉତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
