ବିରିକୋଟ ପଞ୍ଚାୟତରେ ଜାତୀୟ ପେସା ଦିବସ ଅନୁଷ୍ଠିତ ହୋଇଅଛି।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ବିରିକୋଟ ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଜାତୀୟ ପେସା ଦିବସ ଅନୁଷ୍ଠିତ। ହୋଇ ଅଛି l ଏହି ଗ୍ରାମ ସଭାରେ ଶ୍ରୀମତୀ ନୟମୀ ମାଝୀ ସଭାପତିତ୍ୱ କରାଯାଇଥିଲା l ଏବଂ ଗ୍ରାମ ସଭାରେ ନାଏବ ସରପଞ୍ଚ ପାଉଲ ଦଳବେହେରା 19 ଗୋଟେ ଗ୍ରାମର ସମସ୍ତେ ୱାର୍ଡମେମ୍ବର ବିଭିନ୍ନ ଗ୍ରାମର ଜନ ସାଧାରଣ ଓ ବୁଦ୍ଧି ଜୀବି ଓ ପୂର୍ବତନ ସରପଞ୍ଚ ମୋସା ମାଝୀ ଯୋଗ ଦେଇ ସରକାରଙ୍କ ଜନ କଲ୍ୟାଣ କାରି ଯୋଜନା ସମ୍ବନ୍ଧ ରେ ଜଣ ସାଧାରଣ ଙ୍କୁ ଅବଗତ କରିଥିଲେ l ବିରିକୋଟ ଗ୍ରାମ ପଞ୍ଚାୟତର ADEO ଶ୍ରୀ ପ୍ରତ୍ୟୁଷ ରଞ୍ଜନ ପାଣି ଏହି ଗ୍ରାମ ସଭାରେ ନୋଡାଲ ଅଫିସର ଭାବେ ଉପସ୍ଥିତ ରହି VB-G-RAM-G ଯୋଜନା ଉପରେ ଆଲୋକ ପାତ କରି ଥିଲେ l ଗ୍ରାମସଭାରେ ମୋବିଲାଇଜର ଶ୍ରୀମତୀ ବନିତା ସେନାପତି ପେସା ଆଇନ ଓ ଏହି ଆଇନ ଆବଶ୍ୟକତା ତଥା କାର୍ଯ୍ୟକର୍ତ୍ତା ସମ୍ବନ୍ଧରେ ଅବଗତ କରିଥିଲେ l ବିରିକୋଟ ରାଜସ୍ବ ନିରୀକ୍ଷକ ଯୋଗ ଦେଇ ଜଙ୍ଗଲ ଜମି ଉପରେ ଆଲୋକ ପାତ କରି ଥିଲେ।
