ରେଢ଼ାଖୋଲ (ଭଂଜଦୂତ): ଆଜି ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ ରେଢ଼ାଖୋଲ ଦେହୁରୀସାହି ସ୍ଥିତ ବିଜେଡି କାର୍ଯ୍ୟାଳୟଠାରେ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟାଙ୍କ ତତ୍ୱାବଧାନ ରେ ସମ୍ବଲପୁର ଜିଲ୍ଲା ଉପସଭାପତି ଅନାଦି ସାହୁଙ୍କ ସଭାପତିତ୍ୱ ରେ ପାଳିତ ହୋଇଛି | ଆଜିର ଏହି ପ୍ରତିଷ୍ଠା ଦିବସରେ ଦୀର୍ଘ ୨୮ ବର୍ଷ ଧରି ବହୁ ଘାତ ପ୍ରତିଘାତ ମଧ୍ୟରେ ଏକ ଆଞ୍ଚଳିକ ଦଳକୁ ନେଇ ମାନ୍ୟବର ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ, ବର୍ତମାନ ର ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ କିଭଳି ଏକ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିଛନ୍ତି,ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଆଶିର୍ବାଦରେ ବିଜୁ ଜନତା ଦଳ ଆଜି ଏକ ସାମାଜୀକ ଆନ୍ଦୋଳନରେ ପରିଣତ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ, ଏ ସଫଳତା ପଛରେ ଅଛନ୍ତି ଏକ ସମୃଦ୍ଧ, ସଶକ୍ତ ଓଡ଼ିଶାର ସ୍ଵପ୍ନ ଦେଖୁଥିବା ପ୍ରତ୍ୟକ ଓଡ଼ିଶାବାସୀ । ସେହିମାନଙ୍କୁ ସାଥୀରେ ଧରି ବିଜୁ ଜନତା ଦଳ ଶହ ଶହ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସେବା କରିଚାଲିବ,ତାହା ଉପସ୍ଥିତ ଅତିଥ୍ ମାନେ ମତ ବ୍ୟକ୍ତ କରିଥିଲେ | ଓଡ଼ିଶାର ବିକାଶକୁ ତ୍ରିଭୁଜ ସହିତ ଯଥା ସ୍ବାସ୍ଥ୍ୟ, ଶିକ୍ଷା ଓ ଭିତ୍ତିଭୂମିର ବିକାଶକୁ ଏକ ସାଙ୍ଗରେ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ୨୪ ବର୍ଷ ଧରି ଓଡିଶାବାସୀଙ୍କ ବିଶ୍ବାସଭାଜନ ହୋଇପାରିଛନ୍ତି ବୋଲି ଉପସ୍ଥିତ ବରିଷ୍ଠ ନେତୃମଣ୍ଡଳୀ ନିଜ ଅଭିଭାଷଣ ରଖୀଥିଲେ |
ଭାଷା ଭିତ୍ତିକ ରାଜ୍ୟ ଗଠନ ଓ ମୋ ରାଜ୍ୟକୁ ଆର୍ଥିକ ସ୍ବାଧୀନତା ଦେବା ପାଇଁ ବିଜୁ ବାବୁ ସର୍ବଦା ଚେଷ୍ଟାକରିଥିଲେ ବୋଲି ବରିଷ୍ଠ ବିଜେଡି ନେତା ଧନେଶ୍ୱର ଜେନା ଅଭିଭାଷଣ ରଖିଥିଲେ | ଦୀର୍ଘ ୨୪ ବର୍ଷ ଧରି ନିରନ୍ତର ଭାବରେ ଓଡ଼ିଆ ଜାତି ଓଡିଶା ର ସଂସ୍କୃତି ଓ ସ୍ବାଭିମାନକୁ କିପରି ଆଗକୁ ନେବାକୁ ହେବ ସେଥିପାଇଁ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବଦା ପ୍ରୟାସ ଜାରି ରଖ୍ ଆଜି ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଅନ୍ୟ ରାଜ୍ୟ ଗୁଡିକ ପାଇଁ ଉଦାହରଣ ପାଲଟିଛନ୍ତି ବୋଲି ପୂର୍ବତନ ଏନଏସି ଉପାଧ୍ୟକ୍ଷ ସୁନୀଲ ପ୍ରଧାନ ନିଜର ମତବ୍ୟକ୍ତ କରିଥିଲେ। ଆଜିର ଏହି ପ୍ରତିଷ୍ଠା ଦିବସରେ ବିଜେଡି ର ବରିଷ୍ଠ ନେତା ଖିରୋଦ ଖିଲାରୀ,ବିଜେଡି ଜିଲ୍ଲା ସମ୍ପାଦକ ପୁରୁଷୋତ୍ତମପୁ ଅଗ୍ରୱାଲ,ଚିନ୍ମୟ ପଣ୍ଡା,ବିରିକ ବହାଦୁର,ସଞ୍ଜୟ ମିଶ୍ର,ଶମ୍ଭୁପ୍ରସାଦ ପ୍ରଧାନ,ବିଜେଡି ନଗର ଛାତ୍ର ସଭାପତି ଶିବଶମ୍ଭୁ ନନ୍ଦ,ବିଜେଡି ନଗର ଯୁବ ସଭାପତି ବିକାଶ ଦାସ, କାଉନସିଲର ସୁଧାଂଶୁ ଅମାତ,ପୂର୍ବତନ କାଉସିଲର ଲକ୍ଷ୍ମଣ ପ୍ରଧାନଙ୍କ,ରାଜୀବ ଲୋଚନ ପ୍ରଧାନ, ଜ୍ଞାନରଞ୍ଜନ ପ୍ରଧାନ, ବିଜେଡି କର୍ମୀ ରାଜୁ ମୁଖି,ଜିତେନ୍ଦ୍ର ବେହେରା, ରାଜକିଶୋର ପ୍ରଧାନ,ବଶିଷ୍ଟ ରାଉତ, ପ୍ରଦୀପ ଚାଉଳିଆ, ବୁବୁ ରାଉତ,ଦିଲ୍ଲୀପ ଦେହୁରୀ,ଦତ୍ତ ବିଶ୍ୱାଳ, ପ୍ରଶାନ୍ତ ପ୍ରଧାନ, ସୁନୀଲ ସାହୁ, ଖେଳନିଧି ପ୍ରଧାନ, ଜୟଦେବ ପୃସେଠ, ଶଶାଙ୍କ ଗିରି, ନନ୍ଦୁ ମିରିଙ୍କ ସହିତ ବିଭିନ୍ନ ପଂଚାୟତରୁ ଆସିଥିବା ସରପଂଚ, ସମିତି ସଭ୍ୟ ଏବ ବରିଷ୍ଠ ପଦାଧିକାରୀ ତଥା ଯୁବ ଛାତ୍ର ମହିଳାର ପଦାଧ୍ୟାକାରୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ । ଶେଷରେ ରେଢ଼ାଖୋଲ ନଗର ସଭାପତି ସିଦ୍ଧାର୍ଥ ଶଙ୍କର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l
