*ହୀରାପୁର ସରକାରୀ ହାଇସ୍କୁଲ ପୁରାତନ ଛାତ୍ର ସଂସଦର ପ୍ରତିଷ୍ଠା ଦିବସ ପାଳିତ*
ବସ୍ତା:- (ନି ପ୍ର ) ସେଖ ଆଜାରୁଦ୍ଦିନ
ରୂପସା ସ୍ଥିତ ହୀରାପୁର ସରକାରୀ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ଆନୁକୁଲ୍ୟରେ ଛାତ୍ର ସଂସଦର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସଂସଦର ସଭାପତି ଗୋପାଳ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଜଗଦୀଶ ବ୍ରହ୍ମଚାରୀ ଅତିଥି ପରିଚୟ ଓ ଅଧ୍ୟାପକ ଗୌରାଙ୍ଗ ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରିୟଦର୍ଶିନୀ ବାରିକ ଓ ଅନିତା ଦାସ ପ୍ରମୁଖ ସ୍ବାଗତ ନୃତ୍ୟ ପରିବେଷଣ କରିଥିଲେ। ମୁଖ୍ୟ ଅତିଥି ଭାବେ ଗୋପାଳପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବଳ କୁମାର ବେହେରା, ସହକାରୀ ଶିକ୍ଷକ ବାରିଦ ବରନ ପ୍ରଧାନ ଓ ଅପାଲି ଅପରାଜିତା ଡ଼ଗର ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ସାମଗ୍ରିକ ବିକାଶରେ ପୁରାତନ ଛାତ୍ର ସଂସଦର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଳୟର ବିକାଶ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିଥାଏ ବୋଲି ଏହି ଅବସରରେ ଅତିଥିମାନେ ମତପ୍ରକାଶ କରିଥିଲେ। ପୁରାତନ ଛାତ୍ର ସଂସଦ ଆନୁକୁଲ୍ୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ପ୍ରବନ୍ଧ, ଭାଷଣ, ଚିତ୍ରାଙ୍କନ, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗୀତା ପ୍ରଭୃତି ଅନୁଷ୍ଠିତ ହେବା ସହ ଅତିଥିମାନେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ମଧୁସ୍ମିତା ନାୟକ, ସୋମନାଥ ପାତ୍ର, କାହ୍ନୁ ଚରଣ ସ୍ୱାଇଁ, ଶ୍ୱେତାପଦ୍ମା ଶୁକ୍ଳା ଓ ମୁସାରତ ଜାହାଁ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସଞ୍ଜୟ କୁମାର ପୋଥାଳ ଓ ହରେକୃଷ୍ଣ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ନିରଞ୍ଜନ ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
