
କଟକ:ବୟାଳିଶି ମୌଜାରୁ ଏକ ବେଆଇନ ବନ୍ଧୁକ କାରଖାନା ଠାବ କରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍। ଶହ ଶହ ବନ୍ଧୁକ ଓ ମାଗାଜିନ୍ ବି ଜବତ କରାଯାଇଛି। ବନ୍ଧୁକ କାରଖାନା ଠାବ କରିବା ସହ ୪ଜଣଙ୍କୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ । ୪ଜଣଙ୍କ ମଧ୍ୟରେ ଜଣେ ପଶ୍ଚିମବଙ୍ଗ ଓ ଆଉ ଜଣେ ବିହାରର ଥିବା ଜଣାପଡିଛି। ଜଙ୍ଗଲ ଭିତରେ ନିଛାଟିଆ ଜାଗାରେ ବନ୍ଧୁକ କାରଖାନା ହୋଇଥିଲା ।ଜଣେ ବ୍ୟକ୍ତିଙ୍କ ଘରେ ଏହି ବେଆଇନ ବନ୍ଧୁକ କାରଖାନା ତିଆରି କରି କାରବାର ଚାଲିଥିଲା। ଏକ ଚାଳଘରେ ଦୀର୍ଘ ଦିନ ହେବ ଏହି କାରଖାନା ଚାଲି ଆସୁଥିଲା । ତେବେ କୌଣସି ସୂତ୍ରରୁ ଖବର ପାଇ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଏହି ବନ୍ଧୁକ କାରଖାନା ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ବିପୁଳ ପରିମାଣର ବନ୍ଧୁକ ସହ ବନ୍ଧୁକ ତିଆରି ସମାଗ୍ରୀ ଜବତ କରାଯାଇଛି। କଟକ ରୁ କମଲ କୁମାର ନାୟକ ରିପୋର୍ଟ ଭଞ୍ଜଦୂତ ନ୍ୟୁଜ୍ I