ବାଗୁଡ଼ି ନୋଡାଲ ଉଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)- ସୋର ବ୍ଲକ ମହୁମୁହାଣ ପଞ୍ଚାୟତରେ ବାଗୁଡ଼ି ନୋଡାଲ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସଂଯୁକ୍ତା ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଗଦାଧର ମହାପାତ୍ର ଓ ମୁଖ୍ୟ ବକ୍ତା ଶିକ୍ଷାବିତ୍ ସୁଶାନ୍ତ କୁମାର ମହାପାତ୍ର ଯୋଗ ଦେଇ ସାଂପ୍ରତିକ ସମାଜରେ ଶୃଙ୍ଖଳା ଓ ନୈତିକ ଶିକ୍ଷା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ। ବିଶିଷ୍ଟ ଅତିଥି ଭାବେ ସମାଜସେବୀ ଜ୍ୟୋତିର୍ମୟୀ ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ଡାକ୍ତର ଗୀତିକୃଷ୍ଣ ରାଉତ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମୃତ୍ୟଞ୍ଜୟ ଜେନା, ପ୍ରଧାନଶିକ୍ଷକ ଗୋପୀନାଥ ରାଉତ ଓ ରମାକାନ୍ତ ଭୋଳ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ ମମତା ସାହୁ ଓ ଲୋପାମୁଦ୍ରା ଗିର ସ୍ୱାଗତ ଓ ପରିଚୟ ପ୍ରଦାନ କରିଥଲେ। ଶିକ୍ଷକ ରଘୁନାଥ ସାହୁ ସଭା ମଞ୍ଚ ପରିଚାଳନା କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ଜୟସ୍ମିତା ପାଣିଗ୍ରାହୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷିକା ଲକ୍ଷ୍ମୀପ୍ରିୟା ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥଲେ। ଏହି ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଅପରାହ୍ନରେ ବିଦ୍ୟାଲୟ ର ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ସଙ୍ଗୀତ ଓ ନୃତ୍ୟ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ନାଟକ ମଞ୍ଚସ୍ଥ ହୋଇଥିଲା। କାର୍ଯ୍ୟକ୍ରମକୁ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ରାମଦୁଲାଲ ମାର୍ଣ୍ଡି ସମେତ ଅକ୍ଷୟ କୁମାର ଜେନା, ଭଞ୍ଜନ କୁମାର ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ।
