ଆହାର କେନ୍ଦ୍ରରେ ବନ୍ଧୁକ ଦେଖି ଲୋକେ ଛିନିଆ, ପୁଲିସ ର ତଦନ୍ତ ଆରମ୍ଭ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: ଦିନକୁ ଦିନ ଦୃର୍ବୁତ୍ତ ମାନେ ସୋର ପୋଲିସ ପାଇଁ ମୁଣ୍ଡ ବ୍ୟଥା ର କାରଣ ହେଉଥିବା ବେଳେ, ଆଜି ଦିନ ଦ୍ଵିପ୍ରହରରେ ସୋର ଥାନା ଋଷୋ ଗ୍ରାମର ହେମନ୍ତ ସାହାଣୀ(୨୦) ସୋର ଡାକ୍ତରଖାନାରେ ଥିବା ଆହାର କେନ୍ଦ୍ରକୁ ଖାଇବାକୁ ଆସିଥିବା ବେଳେ ତାଙ୍କ ନିକଟରେ ଏକ ବନ୍ଧୁକ ଦେଖି ଲୋକେ ଛାନିଆ ହୋଇଥିଲେ। ପରେ ଯୁବକ ଜଣଙ୍କ ସେଠାରେ ଥିବା ଲୋକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। ଖବର ପାଇ ସୋର ପୁଲିସ ସ୍ଥାନୀୟ ଲୋକଙ୍କ ସହଯୋଗରେ ଯୁବକଙ୍କୁ କାବୁ କରିବା ସହିତ ବନ୍ଧୁକକୁ ଜବତ କରିଥିଲେ। ଏନେଇ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
