*ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡିଶା, ଭୁବନେଶ୍ୱର ର ଉପ ନିର୍ଦ୍ଦେଶିକା ଶ୍ରୀମତୀ ଜୟଶ୍ରୀ ଦୋରା ଙ୍କ ଦୁଇ ଦିନିଆ ବୌଦ୍ଧ ଜିଲ୍ଲା ଗସ୍ତ*
ହରଭଙ୍ଗା ୧୮/୧୨:-ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ର ଉପ ନିର୍ଦ୍ଧେଶିକାଜୟଶ୍ରୀ ଦୋରା ଙ୍କ ବୌଦ୍ଧଜିଲ୍ଲା କୁ ଦୁଇ ଦିନିଆ ଗସ୍ତ ଅବସରରେ ରେ ବ୍ଲକ୍ରର ମାଧପୁର ସେବାଶ୍ରମ,ସରକାରୀ ଉଚ୍ଚ ବିଦ୍ୟାଳୟ, ବଡ଼ବନ୍ଧ , ପି ଏମ ଶ୍ରୀ ବି ବି ନ୍ ସ୍କୁଲ, ସରସରା, ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ, ବୌଦ୍ଧ୍, ବୌଦ୍ଧ ବ୍ଲକର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖଳିଆବଗିଚା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ବୌଦ୍ଧ ଓ କଣ୍ଟାମାଳ ବ୍ଲକର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,କୁନ୍ଧିପଦର୍, ସରକାରୀ ଉଚ୍ଚ ବିଦ୍ୟାଳୟ, ଘଣ୍ଟାପଡା ପରିଦର୍ଶନରେ ଯାଇ ସ୍କୁଲର ସ୍ୱଚ୍ଛ ହରିତ୍ ବିଦ୍ୟାଳୟ ରେଟିଙ୍ଗ କାର୍ଯ୍ୟକ୍ରମର ପୁଙ୍ଖାନୁପୁଙ୍ଖ ତର୍ଜମା କରିଥିଲେ। ସ୍କୁଲର ପରିବେଶ, ମଧ୍ୟାହ୍ନ ଭୋଜନ, ଶୌଚାଳୟ, ପୁଷ୍ଟି ବଗିଚା, ଶିକ୍ଷାଦାନ ସମ୍ପର୍କରେ ପିଲା ଓ ଶିକ୍ଷକ ମାନଙ୍କୁ ପଚାରିଥିଲେ।ପରିଦର୍ଶନ ସମୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀହର ଭଙ୍ଗାହାଡିବନ୍ଧୁ ବେହେରା , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୁଡ଼ମଣୀ ବାରିକ , ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ,ବୌଦ୍ଧ ଉପସ୍ଥିତ ଥିଲେ।
