*282 ଜଣ ଆବେଦନକାରୀଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସର୍ବମୋଟ 70,72,000/- ଟଙ୍କାର ଆର୍ଥିକ ସହାୟତା ପ୍ରଦାନ*
ଯାଜପୁର/(ଭଞ୍ଜଦୂତ:ନିପ୍ର)ରିପୋର୍ଟର:-ସରୋଜ କୁମାର ଧଳ
*ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅନୁମୋଦନ କ୍ରମେ ଆଜି ତା ୧୭. ୧୨. ୨୫ ରିଖରେ ଯାଜପୁର ରୋଡ ସ୍ଥିତ ଯୁଗ୍ମ ଶ୍ରମ କମିଶନର କାର୍ଯ୍ୟାଳୟରେ ଯାଜପୁର ରେଞ୍ଜ ଯୁଗ୍ମ ଶ୍ରମ କମିଶନର ଶିବ ଶଙ୍କର ମିଶ୍ର ଓ ପ୍ରଭାଗୀୟ ଶ୍ରମ କମିଶନର ସତ୍ୟନାରାୟଣ ଆଚାର୍ଯ୍ୟ ନିର୍ମାଣ ଶ୍ରମିକ ସୁର ଜେନା,ଭାଗୀରଥୀ ସାହୁ, ଶରତ ଦେହୁରୀ, ସୁଦର୍ଶନ ସାହୁ ଙ୍କୁ ଡମି ଚେକ ମାଧ୍ୟମରେ ସହାୟତା ପ୍ରଦାନ କରିଥିଲେ l ସର୍ବମୋଟ ମୃତ୍ୟୁକାଳୀନ ସହାୟତା ବାବଦରେ 6 ଜଣଙ୍କୁ 17,00,000/- ଟଙ୍କା,ଅନ୍ତେଷ୍ଟିକ୍ରିୟା ସହାୟତା ବାବଦରେ 6 ଜଣଙ୍କୁ 30,000/- ଟଙ୍କା, ଶିକ୍ଷା ସହାୟତା ବାବଦରେ 201 ଜଣଙ୍କୁ 19,97,000/-,ବିବାହ ସହାୟତା ବାବଦରେ 67 ଜଣଙ୍କୁ 33,25,000/- ଏବଂ ପ୍ରସୂତୀ କାଳୀନ ସହାୟତା ବାବଦରେ 2 ଜଣଙ୍କୁ 20,000/- ଟଙ୍କା ର ସହାୟତା ରାଶି ବୋର୍ଡ ତରଫରୁ ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ଦ୍ୱାରା ଅନଲାଇନ ମାଧ୍ୟମରେ ପ୍ରେରଣ କରାଯିବାର ବ୍ୟବସ୍ଥା କରାଯାଇଛି l ସେହିପରି ଓଡିଶା ଅଣସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ତରଫରୁ ମୃତ୍ୟୁକାଳୀନ ସହାୟତା ବାବଦରେ 4 ଜଣ ହିତାଧିକାରୀଙ୍କ ଉତ୍ତରାଧିକାରୀ ଙ୍କୁ 8,00,000/- ଟଙ୍କା ପ୍ରଦାନ କରାଯାଇଛି ବୋଲି ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
