ସୋର ପୁଲିସ କୁ ବଡ଼ ସଫଳତା।
ସୋର ଅଞ୍ଚଳରେ ଦିନକୁ ଦିନ ଚୋରି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ସୋର ପୋଲିସ ପାଇଛି ବଡ଼ ସଫଳତା। ଟେଣ୍ଟେଇ ର ଏକ ମନ୍ଦିର ରୁ ଚୋରି କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ସୋର ପୁଲିସ ପେଟ୍ରୋଲିଂ ସମୟରେ ୫ ଅଭିଯୁକ୍ତ ଙ୍କୁ ଗିରଫ କରିଛି ସୋର ପୁଲିସ। ଅଭିଯୁକ୍ତ ମାନଙ୍କ ନାମରେ ସୋର, ସିମୁଳିଆ, ଖଇରା , ଖନ୍ତାପଡା ଥାନା ରେ ଦଶ ରୁ ଅଧିକ କେଶ୍ ଥିବା ସୋର ପୋଲିସ ସୂଚନା ଦେଇଛି। ଅଭିଯୁକ୍ତ ମାନଙ୍କ ନିକଟରୁ ଗୋଟିଏ ଶୂତୁଳି ବମ୍, ଲୁହା ରଡ, ଖଣ୍ଡା ଓ ତେଲେଙ୍ଗା କଟୁରୀ ସମେତ ଗୋଟିଏ ହୋଣ୍ଡା ଏକ୍ସଟ୍ରିମ୍ (ଓଡି ୦୧ଏକେ୯୦୪୪) ସମେତ ଲାଲ ଓ କଳା ନମ୍ବର ବିହୀନ ପଲସର ବାଇକ୍ ଜବତ୍ କରିଛି। ଅଭିଯୁକ୍ତ ମାନେ ହେଲେ ସୋର ବ୍ଲକ ଟେଣ୍ଟେଇ ପଞ୍ଚାୟତ ର ମାନସ ମଲ୍ଲିକ (୧୯), ରାକେଶ ମଲ୍ଲିକ (୨୪), ପଥର ପେଣ୍ଠ ଗ୍ରାମର ଶରତ ମହାଳିକ (୨୭), ଖନ୍ତାପଡା ଥାନା ପାଟଣା ଗ୍ରାମର ଯଶୋବନ୍ତ ମଲ୍ଲିକ (୧୯), ଖଇରା ଥାନା ଗଣ୍ଡୁଆ ଗ୍ରାମର ଲକ୍ଷ୍ମୀକାନ୍ତ ପଣ୍ଡା (୨୨) ଙ୍କୁ ଗିରଫ କରି ସୋର ପୋଲିସ କୋର୍ଟ ଚାଲାଣ କରିଛି।
