*ନୂଆପଡ଼ା ଜିଲ୍ଲାପାଳଙ୍କ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନର ମାସିକ ସମୀକ୍ଷା ବୈଠକ* l
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତା ରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଏଲ ଡ଼ି ଏମ ହରିଶଙ୍କର ନିଆଲ୍, ଡ଼ି ପି ସି ତଥା ଡ଼ି ପି ଏମ ମିଶନ ଶକ୍ତି ସୁନୀଲ କୁମାର୍ ମଲ୍ଲିକ ଏବଂ ବ୍ଲକ ସ୍ତରୀୟ ସମସ୍ତ ମିଶନ ଶକ୍ତି କର୍ମଚାରୀ ଉପସ୍ଥିତ ଥିଲେ । ଡ଼ି ପି ସି ମଲ୍ଲିକ ମାସିକ ପ୍ରଗତି ବିବରଣୀ ଉପସ୍ଥାପନ କରିଥିଲେ । ଓଡ଼ିଶା ଜୀବିକା ମିଶନର ଯାହା ସବୁ ଅନଲାଇନ୍ ଏଣ୍ଟ୍ରି ୭ ଦିନ ମଧ୍ୟରେ ସମାପ୍ତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ସେହିପରି ବ୍ୟାଙ୍କ ଲିଙ୍କେଜ୍ ସ୍ପନସର ୧୨୦% ଡିସେମ୍ବର ଶେଷ ସୁଦ୍ଧା କରିବାକୁ ଆଦେଶ ଦେଇଥିଲେ । ନୂଆପଡ଼ା ଜିଲ୍ଲାରେ ଗୋଟିଏ ମିଶନ ଶକ୍ତି ବଜାର ପାଇଁ ତହସିଲଦାର ନୂଆପଡ଼ା ଙ୍କୁ ଜାଗା ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ପ୍ରବାସୀ ଶ୍ରମିକ ସମସ୍ୟାକୁ କିପରି ଭାବରେ ରୋକି ହେବ ସେଥିପାଇଁ ବହୁଳ ମାତ୍ରରେ ସଚେତନତା କରିବା ଏବଂ ଆବଶ୍ୟକ ମୁତାବକ ସରକାରୀ ଯୋଜନାରେ ସହାୟତା ପ୍ରଦାନ କରିବା ପାଇଁ ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଥିଲେ ।
