*ନୂଆପଡାରୁ ୭୪ ଜଣ ବରିଷ୍ଠ ନାଗରିକଙ୍କ ରାମେଶ୍ଵରମ୍ ଓ ମଦୁରାଇ ତୀର୍ଥଯାତ୍ରା*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲାରୁ ରାଜ୍ୟ ସରକାରଙ୍କ ପକ୍ଷ ରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ୭୪ ଜଣ ସାମିଲ୍ ହୋଇ ଭାରତର ଚାରିଧାମ ମଧ୍ୟରୁ ଅନ୍ୟତମ ରାମେଶ୍ବର ଯାତ୍ରା କରିଛନ୍ତି।ଯେଉଁ ବରିଷ୍ଠ ନାଗରିକମାନଙ୍କୁ ଏହି ଯୋଜନାରେ ଚୟନ କରାଯାଇଥିଲା ସେମାନେ ଆଜି ଆସି ନୂଆପଡା ପର୍ଯ୍ୟଟନ କାଯ୍ୟାଳୟ ରେ ପହଞ୍ଚିଥିଲେ । ସେଠାରେ ଡାକ୍ତର ମାନଙ୍କ ଦ୍ଵାରା ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ଔଷଧ ପ୍ରଦାନ କରାଇଥିଲା। ଏହି ତୀର୍ଥଯାତ୍ରୀ ମାନଙ୍କୁ ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ ଗୋଲାପ ଫୁଲ ପ୍ରଦାନ କରି ଏକ ଆନନ୍ଦ ଦାୟକ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଜିଲ୍ଲାପାଳ ସମସ୍ତଙ୍କୁ ସଂଵୋଧନ କରି କହିଲେ ଯେ ଏହି ସମସ୍ତ ତୀର୍ଥଯାତ୍ରୀ ଭାଗ୍ୟବାନ l କାରଣ ଓଡ଼ିଶା ସରକାରଙ୍କ ସମୂର୍ଣ୍ଣ ନିଶୁଳ୍କ ସେବା ଯୋଜନାରେ ଏମାନେ ଭାରତବର୍ଷର ଦୁଇଟି ପ୍ରମୁଖ ତୀର୍ଥକ୍ଷେତ୍ର ରାମେଶ୍ବର ଓ ମା ମିନାକ୍ଷୀ , ମଦୁରାଇ ପରିଦର୍ଶନ ର ସୁଯୋଗ ପାଇଛନ୍ତି l ଏହି ଗସ୍ତ ପଛରେ ଜିଲ୍ଲା ପ୍ରଶାସନର ସଂପୂର୍ଣ୍ଣ ସହଯୋଗ ଓ ଶୁଭେଚ୍ଛା ରହିଛି l ଏହି ଦଳରେ ୧୭ ଟି ଦମ୍ପତି ଓ ୪୦ ଜଣ ଏକକ ଯାତ୍ରୀ ଅଛନ୍ତି l ଦୁଇଜଣ ସହାୟକ ଅଧିକାରୀଙ୍କ ସହିତ ଦୁଇଟି ସତନ୍ତ୍ର ବସ ଯୋଗେ ସମସ୍ତେ ରାୟଗଡା ଯାତ୍ରା କରିଥିଲେ ।
