ନୀତିନ ନବୀନ ହେଲେ ବିଜେପିର ରାଷ୍ଟ୍ରୀୟ ମଙ୍ଗୁଆଳ
ନୂଆଦିଲ୍ଲୀ : ନୀତିନ ନବୀନ ହେଲେ ବିଜେପି ର ନୂଆଁ ମଙ୍ଗୁଆଳ। ଜେ.ପି ନଡ୍ଡାଙ୍କ ସ୍ଥାନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ବ କାହାକୁ ଦିଆଯିବ ସେନେଇ ୧୮ ମାସ ଧରି କସରତ ପରେ ରବିବାର ବିହାରର ୪୫ ବର୍ଷିୟ ବିଜେପି ନେତା ତଥା ସେଠାକାର ସଡକ ନିର୍ମାଣ ମନ୍ତ୍ରୀ ନୀତିନ ନବୀନଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ଯକ୍ଷ ଭାବରେ ଘୋଷଣା କରାଯାଇଛି । ବିଜେପିର ସର୍ବକନିଷ୍ଠ ଅଧ୍ଯକ୍ଷ ଭାବରେ ନୀତିନ ଦାୟିତ୍ଵ ନେବାକୁ ଯାଉଛନ୍ତି ବୋଲି କୁହାଯାଇଛି।
୨୦୧୪ରେ ବିଜେପିର ସର୍ବକନିଷ୍ଠ ଅଧ୍ୟକ୍ଷ ଭାବରେ ୪୯ ବର୍ଷରେ ବର୍ତମାନର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦାୟିତ୍ବ ନେଇଥିଲେ। ପୂର୍ବରୁ ୨୦୦୯ରେ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅଧକ୍ଷ ହୋଇଥିଲେ । ତେବେ ନୀତିନ ନବୀନ ୪୫ ବର୍ଷ ବୟସରେ ଏବେ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ ନିଯୁକ୍ତି ପାଇଛନ୍ତି । ଜେ.ପି. ନଡ୍ଡାଙ୍କ ସ୍ଥାନରେ ସେ ଅଧ୍ୟକ୍ଷ ଦାୟିତ୍ବ ନେଲେ ଦଳର ସର୍ବକନିଷ୍ଠ ଅଧ୍ୟକ୍ଷ ନୀତିନ ନବୀନ । ସେ ବିହାର ର ନୀତିଶ କୁମାର ସରକାର ଙ୍କ ସଡ଼କ ନିର୍ମାଣ ମନ୍ତ୍ରୀ ଥିବା ବେଳେ ତାଙ୍କ ବୟସ ମାତ୍ର ୪୫ ବର୍ଷ।
ନୀତିନ ନବୀନ ହେଉଛନ୍ତି ବିହାରର ବିଜେପି ନେତା। ପାଟନା ଅନ୍ତର୍ଗତ ବାଙ୍କୀପୁର ବିଧାନସଭା ଆସନରୁ କ୍ରମାଗତ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ବିହାର ବିଜେପି ର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ନବୀନ କିଶୋର ପ୍ରସାଦ ସିହ୍ନା ଙ୍କ ପୁଅ ଭାବରେ ବାପାଙ୍କ ମୃତ୍ୟୁ ପରେ ନୀତିନ ନବୀନ ୨୦୦୬ ଉପନିର୍ବାଚନରୁ ବାଙ୍କୀପୁର ଆସନରୁ ଜିତି ଆସୁଛନ୍ତି । ବିହାର ବିଜେପିର ସାଧାରଣ ରାଷ୍ଟ୍ରୀୟ ସଂପାଦକରୁ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ସେ ଅନେକ ଦାୟିତ୍ଵ ନିର୍ବାହ କରିଛନ୍ତି । ବିହାର ବିଜେପି ଯୁବ ମୋର୍ଚ୍ଚାର ଅଧ୍ଯକ୍ଷ ଭାବରେ ମଧ୍ୟ ନୀତିନ ନବୀନ କାର୍ଯ୍ୟ କରିଛନ୍ତି । ୨୦୧୯ ରେ ସିକିମ ନିର୍ବାଚନରେ ସେ ପ୍ରଭାରୀ ଭାବରେ ଦାୟିତ୍ବରେ , ୨୦୨୪ରେ ଛତିଶଗଡରେ ଦଳର ନିର୍ବାଚନ ପ୍ରଭାରୀ ହୋଇଥିଲେ । ଦଳର ଜଣେ ଯୁବ ନେତା ତଥା ଦକ୍ଷ ସଂଗଠକ ଭାବରେ ଜଣାଶୁଣା।
ନୀତିନ ନବୀନଙ୍କ ସତ୍ୟପାଠ ଅନୁଯାୟୀ ତାଙ୍କ ଶିକ୍ଷାଗତ ଯୋଗ୍ୟତା ଦ୍ଵାଦଶ ପାଶ୍। ସମ୍ପତ୍ତିର ମୂଲ୍ୟ ୩ କୋଟିରୁ ଅଧୁକ । ତାଙ୍କ ନାଁରେ ୫ଟି ମାମଲା ଥିବାବେଳେ ସେ ଗତ ନିର୍ବାଚନରେ ପ୍ରାୟ ୫୧ ହଜାର ୯୩୬ ଖଣ୍ଡ ଭୋଟ ବ୍ୟବଦାନରେ ଆରଜେଡି ପ୍ରାର୍ଥୀ ରେଖା କୁମାରୀଙ୍କ ଠାରୁ ବିଜୟ ଲାଭ କରିଛନ୍ତି । ନୀତିଶ କୁମାରଙ୍କ ନେତୃତ୍ଵାଧୀନ ଏନଡିଏ ସରକାରରେ ସଡକ ନିର୍ମାଣର କ୍ୟାବିନେଟ ମନ୍ତ୍ରୀ ଅଛନ୍ତି। ଉଲ୍ଲେଖ ଥାଉକି, ୨୦୨୦ ଜାନୁଆରୀରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଜେ.ପି. ନଡ଼ାଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାବେଳେ ସେ ଏବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ବ ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅଛନ୍ତି ।
