ଏକ ନିଆରା ଢଙ୍ଗରେ ସୂର୍ଯ୍ୟ ପୂଜା ଅନୁଷ୍ଠିତ ହୋଇଯାଇଛି
ବିଞ୍ଝାରପୁର/(ଭଞ୍ଜଦୂତ:ନିପ୍ର)ରିପୋର୍ଟର:- ବୀଜୟ କୁମାର ବାରିକ
ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ସ୍ଥିତ ବରପଦା ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁର ର ସାହୁ ସାହିରେ ଏକ ସୂର୍ଯ୍ୟ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଗ୍ରାମ ଟି ଯାହା କି ପୁରା ବ୍ଲକ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଆମ ଗାଁ ଆମ ପରିଚୟ ନାମ ରେ। ଏହି ଗ୍ରାମ ର ପ୍ରତ୍ୟକ ବ୍ୟକ୍ତି, ପିଲା ଠାରୁ ବୃଦ୍ଧ ଯାଇ ସମସ୍ତେ ଏହି ଗ୍ରାମ ର ପ୍ରତ୍ୟକ କାର୍ଯ୍ୟ କର୍ମରେ ସ୍ୱତ ପ୍ରବୃତ ଭାବେ ଜଡିତ ରହିଛନ୍ତି। ଗ୍ରାମରେ ହେଉଥିବା ସ୍ୱଚ୍ଛତା କାର୍ଯ୍ୟକ୍ରମ ହେଉ ବା ସାଂସ୍କୃତିକ କାର୍ଯ୍ୟକ୍ରମ ହେଉ, ଧାର୍ମିକ କାର୍ଯ୍ୟକ୍ରମ ହେଉ ବା ପୌର୍ଶନିକ ସମସ୍ତେ ଅତି ଉଲ୍ଲାସ ରେ ପାଳନ କରିଥାନ୍ତି। ଆଜି ଏହି ଗ୍ରାମର ବହୁ ଝିଅ ମାନଙ୍କୁ ନେଇ ଖୁବ ଆଡମ୍ବର ରେ ସୂର୍ଯ୍ୟ ପୂଜା କରିବା ସହିତ ଝିଅ ମାନଙ୍କୁ ସୀତ ବସ୍ତ୍ର ଦେଇ ସ୍ନାମିନିତ କରାଯଇଥିଲା ଓ ଗ୍ରାମର ବହୁ ମାନ୍ୟ ଜ୍ଞାନ୍ୟା ବ୍ୟକ୍ତି ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ଟିକୁ ସାଫଲ୍ୟ କରାଇ ଥିଲେ।
ଉପସ୍ଥିତ ଗ୍ରାମବାସୀ ହେଲେ
ମଦନ ମୋହନ ସାହୁ, ବିନୋଦ ବିହାରୀ ସାହୁ, ରାମ ଚନ୍ଦ୍ର ନାୟକ, କୈଳାସ ଚନ୍ଦ୍ର ପରିଡା, ସୁକାନ୍ତ କୁମାର ଦାସ, ମୁରଲୀ ଧର ସାହୁ, ସତ୍ୟବାନ ସାହୁ, ରମାକାନ୍ତ ସାହୁ, ଗୁରୁ ଚରଣ ଦାସ, କରୁଣାକର ବାରିକ, ଅଲେଖ ଚନ୍ଦ୍ର ଦାସ, ଦେବଦତ୍ତ ମହାଳିକ, ମନ୍ମଥ ସାହୁ, ସୁରେନ୍ଦ୍ର କୁମାର ସାହୁ, ଅରୁଣ ବାରିକ, ଶୁଭେନ୍ଦୁ ସାହୁ, ଅନିରୁଦ୍ଧ ସାହୁ, ବିନୟ କୁମାର ଧଳ, ସରୋଜ କୁମାର ଧଳ, ଶ୍ରୀଧର ସାହୁ | ସମସ୍ତେ ଉପସ୍ଥିତ ରହି | ସମ୍ଭେଦନା ସଭା ଆୟୁଜିତ କରିଥିଲେ ଗ୍ରାମର ବହୁ ମାଆ ମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଥିଆ ଏବଂ ଗ୍ରାମର ମୁରବି ତୁଲ୍ୟ ଙ୍କୁ ମଧ୍ୟ୍ୟ ଶୀତବସ୍ତ୍ର ପ୍ରଦାନ କରିବା ସହିତ ସମସ୍ତଙ୍କୁ ମିଷ୍ଟାର୍ଣ୍ଣ ବଣ୍ଟନ କରାଯାଇଥିଲା | ଗ୍ରାମ ବାସୀଙ୍କ କହିବା କଥା ଏହା ଜଣେ ବିଶିଷ୍ଟ ସମାଜ ସେବୀ ଶ୍ରୀ ଯୁକ୍ତ ସୁରେନ୍ଦ୍ର କୁମାର ମହାଳିକ ଓ ମନ୍ମଥ ସାହୁ ଙ୍କ ନେତୃତ୍ୱରେ ଏହା ସମ୍ଭବ ହୋଇ ପାରିଥିଲା |
