*ନୂଆପଡ଼ା ଜିଲ୍ଲା ଖଡିଆଳ ୱାର୍ଡ ନମ୍ୱର୍ ୭ ରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମରାମତି କାର୍ଯ୍ୟ ତ୍ବରାନ୍ବିତ, ରାତ୍ରି ସମୟରେ ମଧ୍ୟ ମରାମତି ଜାରୀ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଖଡିଆଳ ୱାର୍ଡ ନମ୍ୱର୍ ୭ ରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମରାମତି କାର୍ଯ୍ୟ ତ୍ବରାନ୍ବିତ, ରାତ୍ରି ସମୟରେ ମଧ୍ୟ ମରାମତି ଜାରୀ ହୋଇଅଛି। ଆସନ୍ତା ସକାଳ ରେ ପାନୀୟ ଜଳ ଯୋଗାଣ ସ୍ଵାଭାବିକ ହେବା ପାଇଁ ଆହ୍ବାନ କରିଛନ୍ତି। ସହରାଞ୍ଚଳ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ମାଝୀ ଙ୍କ ନିର୍ଦ୍ଧେଶ କ୍ରମେ ବିଭାଗୀୟ କର୍ମଚାରୀ ମାନେ ମଟର ମରାମତି କରି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କୁ ସ୍ଵାଭାବିକ ପାଇଁ କାର୍ଯ୍ୟ କରିଛନ୍ତି। ତ୍ରିଥ କୁମାର ସିଂ ଦେଓ, ନିରନ୍ କୁମାର ଭୋଇ, ଯୋଗେଶ୍ୱର ବନ୍ଦିଛୋର୍, ସନ୍ତୋଷ ଶବର, ଚକ୍ର ଶବର, ଅନିଲ ବେହେରା, ପ୍ରମୁଖ ଯୋଗ ଦେଇ ମରାମତି କରିଛନ୍ତି।
