*ନୂଆପଡାରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ- ୨୦୨୫ ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ଜିଲ୍ଲା ଆଇନ ସେବା ପ୍ରାଧିକରଣ ନୂଆପଡା ଆନୁକୂଲ୍ୟରେ ଏବଂ ଜିଲ୍ଲା ଓ ଦୌରାଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ସୁନୀଲ କୁମାର ଦାସ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍, ଖରିଆର ପ୍ରଣମ କୁମାର ରାଉତ, ବରିଷ୍ଠ ଦେୱାନୀ ଜଜ୍ ସୂର୍ଯ୍ୟକାନ୍ତ ଆଚାର୍ଯ୍ଯ, ମହିଳା କୋର୍ଟ ଜଜ୍ ସରୋଜିନୀ ସାହୁ, ବରିଷ୍ଠ ଦେୱାନୀ ଜଜ୍ ଖରିଆର ଇଶା ପତି, ରେଜିଷ୍ଟ୍ରାର୍ ସୌଭାଗ୍ଯ ରଞ୍ଜନ ପ୍ରଧାନ, ଏସ୍.ଡି.ଜେ.ଏମ୍ ସ୍ନାତକୀ ଦାଶ, ଜେ.ଏମ.ଏଫ଼୍.ସି, କୋମନା ସମୃଦ୍ଧି ସାଗରିକା ବାରିକ, ଜେ.ଏମ.ଏଫ.ସି, ସିନାପାଲି ପ୍ରଜ୍ଞା ପାରମିତା ମହାନ୍ତି, , ଖରିଆର ସମିକ୍ଷା ସା, ବୋଡେନ ପଲ୍ଲବୀ ଦାସ ଏବଂ ବିଭିନ୍ନ ରାଜସ୍ୱ ବିଭାଗ ଅଂଶଗ୍ରହଣ କରି ୩୮୯୪ ଗୋଟି ବିଭିନ୍ନ ମାମଲା ଯଥା ପାରିବାରିକ, ଚେକ୍ ବାଉନ୍ସ, ଦେୱାନୀ, ମୋଟର ଦୂର୍ଘଟଣା ଜନିତ କ୍ଷତିପୂରଣ ଓ ରାଜସ୍ବ ମାମଲାଗୁଡିକ ବିଚାର କରାଯାଇ ଥିଲା ଏବଂ ୨ କୋଟି ୨୦,ଲକ୍ଷ ୭୪ ହଜାର ୪୭୭/- ଟଙ୍କା ଆପୋଷ ସମାଧାନ କରାଯାଇଅଛି। ସେହିପରି ବିଭିନ୍ନ ବ୍ୟାଙ୍କ ଏବଂ ବିଦ୍ୟୁତ୍ ବିଭାଗ ଅଂଶଗ୍ରହଣ କରି ୧୮୯ ଗୋଟି ବ୍ୟାଙ୍କ ବକେୟା ୠଣ ଓ ବିଦ୍ୟୁତ୍ ଶୁକ୍ଳ ଦେୟ ମାମଲା ଗୁଡ଼ିକର ସମାଧାନ କରିଛନ୍ତି।
