ଓଡିଶା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କଳାହାଣ୍ଡି
“ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ”
ଓ
“ସେବା” ପୁସ୍ତିକା ଉନ୍ମୋଚନ
ଭବାନୀପାଟଣ :ଭବାନୀପାଟଣା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଓଡିଶା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କଳାହାଣ୍ଡି ଶାଖାର “ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ” ମହାସମାରୋହରେ ପାଳିତ ହୋଇଯାଇଛି । ସଂଘ ସଭାପତି ଶରତ ନାୟକ ଙ୍କ ଅନୁପସ୍ଥିତିରେ ୁପସଭାପତି ମନୋଜ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ସୁବର୍ଣ୍ଣ ଜୟନ୍ତୀ ସମାରୋହର ଅଧ୍ୟକ୍ଷ ଦୁର୍ଗା ଚରଣ ମିଶ୍ର ପୌରହିତ୍ୟ କରିଥିଲେ । ମୁଖ୍ୟ ଅତିଥି ଭାବେ ଶ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ ଅଧ୍ୟକ୍ଷ ଜିଲ୍ଲା ପରିଷଦ ଯୋଗ ଦେଇ ଥିଲା ବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀ ଚିନ୍ମୟ ଦରୱାନ ଅତିରିକ୍ତ ଜିଲ୍ଲାପାଳ ଯୋଗ ଦେଇଥିଲେ । ଡ. ଅଜୟ ମିଶ୍ର, କାଳି ପଟ୍ଟନାୟକ ଶିକ୍ଷାବିତ୍, ମଧୁସୂଦନ ମହାପାତ୍ର, ସଂଘ ମିତ୍ରା କାନୁନ୍ଗୋ, କୁନୁ ନାଏକ, କପିଳେଶ୍ୱର ଖମାରୀ ରୂପ କିଶୋର ଦଳେଇ, ମହମ୍ମଦ ବୁରାନ, ପ୍ରଫୁଲ୍ଲ ପଟ୍ଟନାୟକ, ମଦନ ବରାଡ, ଟି. ରାମକୃଷ୍ଣ ରାଓ ମଞ୍ଚାସୀନ ଥିଲେ । ଅନୁପମା ମୁଦୁଲି ମନ୍ତ୍ରପାଠ କରିଥିଲେ । ସମ୍ପାଦକ ଶୁକ୍ରୁ ରାଠୋର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପୂର୍ବତନ ସମ୍ପାଦକ ୰ ରାଜେନ୍ଦ୍ର ସାହୁ ଓ ଇତି ମଧ୍ୟରେ ଇହଲୀଳା ସମ୍ଭରଣ କରିଥିବା କର୍ମକର୍ତ୍ତା ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ମୁଖ୍ୟ ଅତିଥି ସମ୍ମାନ ୀତ ଅତିଥି ଏବଂ ମଞ୍ଚାସୀନ ଅତିଥି ଗଣ ସଂଘର ସୁବର୍ଣ୍ଣ ଜୟନ୍ତୀ ବିଶେଷାଙ୍କ “ସେବା” ପୁସ୍ତିକା କୁ ଉନ୍ମୋଚନ କରିଥିଲେ । ଜିଲ୍ଲାର ୧୩ ଟି ବ୍ଲକର ବିଶିଷ୍ଟ କ୍ରୀଡାବିତ୍, ସାହିତ୍ୟିକ, ଗୀତକାର, ଲେଖକ, କବି, ଶିକ୍ଷାବୂିତ୍ ମାନେ ଏହି ଅବସରରେ ସମସ୍ତଙ୍କ ଅତିଥି ମାନେ ମାନପତ୍ର, ସ୍ମୃତି ପାଠକ ଦେଇ ସମ୍ମାନିତ କରିଥିଲେ । ମୁଖ୍ୟ ଅତିଥି ଓ ଅତିଥି ଗଣ ଶ୍ରୀ ଦୁର୍ଗା ମିଶ୍ରଙ୍କୁ ଭୂୟସୀ ପ୍ରଶଂସା କରିଥଇଲେ ସେ ସଂଘ ଗୃହ ନିର୍ମାଣ ପାଇଁ ୫ ଡେସିମିଲ ଜାଗା ଦାନ ସ୍ୱରୂପ ପ୍ରଦାନ କରିଛନ୍ତି । ୧୩ ଟି ବ୍ଲକରୁ ଶତାଧିକ ସଦସ୍ୟ /ସଦସ୍ୟା ଏହି ସମାରୋହରେ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଆଗାମୀ ଦିନରେ ସଂଘ ଗୃହ ନିର୍ମାଣ ରେ ସହଯୋଗ ପାଇଁ ନିର୍ଭର ପ୍ରତିଶୃତି ପ୍ରଦାନ କରିଥଇଲେ । ସମ୍ପାଦକ ସୁଧିର ରଥ ମଞ୍ଚ ପରିଚାଳନା କରିଥିଲେ । ମିନତୀ ପ୍ରଧାନ ଉଦ୍ଘୋଷଣ କରିଥିଲେ ସମସ୍ତ କାର୍ଯ୍ୟରେ ସମ୍ପାଦକ ସୁବାଷ ପଣ୍ଡା, ଅମିନ ଖାନା, ଉପସଭାପତି ପ୍ରଫୁଲ୍ଲ ମିଶ୍ର, ବିଶ୍ୱ ମୁଣ୍ଡ, ବିଶି କେଶନ ନାଏକ, ଅଶୋକ ବାବୁ, ବିଚିତ୍ରାନନ୍ଦ ସ୍ୱାଇଁ, ଚନ୍ଦ୍ର ବାବୁ, ବିନୋଦ ମିଶ୍ର, ଲବକାନ୍ତ ରଣା, ସମୀର ମହାପାତ୍ର ଅପ୍ପା ରାଓ ପ୍ରମୁଖ ସହଯୋଗ କରିଥିଲେ । ସମ୍ପାଦକ ମହେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
