* *ସିନାପାଲି ସ୍ୱାସ୍ଥ୍ୟ କେନ୍ଦ୍ର ରେ କାୟାକଲ୍ପ ସମ୍ମାନ ସ୍ୱମ୍ବର୍ଦ୍ଧନା ସମାରୋହ**
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ଅନ୍ତର୍ଗତ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆର୍ଥିକ ବର୍ଷ ୨୦୨୪-୨୫ ରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ କୟାକଳ୍ପ ସମ୍ମାନ ପାଇଥିଲା | ଏହି ସଂକ୍ରାନ୍ତ ରେ ସିନାପାଲି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କାୟାକଲ୍ପ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଉକ୍ତ କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଚିକିତ୍ସାଧିକାରୀ ଡାକ୍ତର ଶ୍ରୀମାନ ସାହୁ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଥିବା ବେଳେ ଡାକ୍ତର ଭୈରବ ପାଣିଗ୍ରାହୀ, ଡାକ୍ତର ଅନୁରାଗ ପାଣିଗ୍ରାହୀ, ଡାକ୍ତର ମୋନାଲି ପ୍ରିୟଦର୍ଶିନୀ, ପିଏଚଇଓ ଅଙ୍ଗଦରାମ ମାଝୀ, ବିପିମ ରତ୍ନମଣୀ ଭୁଏ,ବିଏମ ଶୁଭ୍ରାଂଶୁ ଦଣ୍ଡସେନା, ବିଡ଼ିଏମ ବୈଶମ୍ପାୟାନ ମେହେର ପ୍ରମୁଖ ମଂଚାସୀନ ଥିଲେ |ଆର୍ଥିକ ବର୍ଷ ୨୦୨୪-୨୫ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସିନାପାଲି କାୟାକଳ୍ପ ସମ୍ମାନ ପାଇଥିବା ବେଳ ଉକ୍ତ ସମ୍ମାନ କୁ ସଫଳ ରୂପାୟନ ରେ ପ୍ରମୁଖ ଭୂମିକା ନିଭେଇଥିବା ନର୍ସିଙ୍ଗ କର୍ମଚାରୀ,ଫାର୍ମାସି କର୍ମଚାରୀ,ଲବ୍ରୋଟାରୀ କର୍ମଚାରୀ,ନିର୍ମଳ କର୍ମଚାରୀ,ସେକ୍ୟୁରିଟି କର୍ମଚାରୀ ମା ଗୃହ କର୍ମଚାରୀ ଏବଂ ବିପିଏମୟୁ କର୍ମଚାରୀ ଙ୍କୁ ସମ୍ମାନପତ୍ର ଏବଂ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା |ଉକ୍ତ କାର୍ଯ୍ୟକ୍ରମ କୁ ଭିବିଡିଟିଏସ ଦିବ୍ୟ ରଞ୍ଜନ ନାଏକ ପରିଚାଳନା କରିଥିବା ବେଳେ କାଉନସିଳର ଲିଙ୍ଗେଶ୍ୱର ଦାସ ଧନ୍ୟବାଦ ଅର୍ପଣ କରିଥିଲେ |
