ରବି ଫସଲ ପାଇଁ ଧନେଇ ଜଳଭଣ୍ଡାରରୁ କେନାଲରେ ଜଳ ଯୋଗାଣ ବୈଠକ ।
ପୋଲସରା: – ପୋଲସରା ବ୍ଲକ ଅନ୍ତର୍ଗତ ଧନେଇ ଜଳଭଣ୍ଡାରରୁ ରବି ଫସଲ ପାଇଁ ପ୍ରଥମ ପର୍ଯ୍ୟାୟରେ ଜଳ ନିଷ୍କାସନ ପାଇଁ ଏକ ବୈଠକ କରାଯାଇଛି । ଚିରିକିପଡ଼ାଶାସନ ସ୍ଥିତ ବିଭାଗୀୟ କାର୍ଯ୍ୟାଳୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପୂର୍ବରୁ ନିଷ୍ପତି ପ୍ରକାରେ ଚାଷୀଙ୍କ ଆବଶ୍ୟକତାକୁ ନେଇ କେନାଲରେ ପାଣି ଛଡ଼ାଯିବା ଆଲୋଚନା ହୋଇଥିଲା । ପ୍ରଥମ ଜଳ ଯୋଗାଣ ନିମନ୍ତେ ଧନେଇ ଜଳ ସେଚନର ସହକାରୀ ଯନ୍ତ୍ରୀ ଇଂ ସଞ୍ଜିବ କୁମାର ପଣ୍ଡା ଉପସ୍ଥିତ ସମସ୍ତ ଚାଷୀଙ୍କ ସହଯୋଗ ଲୋଡିଥିଲେ । ଧନେଇ ଜଳଭଣ୍ଡାରରୁ କେନାଲରେ କୃଷି କାର୍ଯ୍ୟ ପାଇଁ ପ୍ରଥମ ପର୍ଯ୍ୟାୟରେ ଚାଷୀଙ୍କ ଆବଶ୍ୟକତା ଓ ଜଳଭଣ୍ଡାରର ଗଚ୍ଛିତ ଜଳକୁ ଦୃଷ୍ଟିରେ ରଖି ପର୍ଯ୍ୟାୟ କ୍ରମେ ଜଳ ଛାଡିବାକୁ ଏବଂ ବିଭିନ୍ନ ପାଣି ପଞ୍ଚାୟତ ଅଧୀନରେ ଥିବା ସମସ୍ତ ଅନାଧିକୃତ ଆଉଟଲେଟ ଗୁଡିକୁ ବନ୍ଦ କରି ସୁସମ ଜଳ ବଣ୍ଟନ କରାଯିବା ନେଇ ବିଭାଗୀୟ ଅଧିକାରୀ ମାନେ ପରାମର୍ଶ ଦେଇଥିଲେ । ବର୍ତ୍ତମାନ୍ ଜର୍ମାନ ଟେକ୍ନୋଲୋଜି ଦ୍ଵାରା ଧନେଇ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ଆଉ ଏକ ମିଟର ବୃଦ୍ଧି କରାଯାଇଛି । ଯାହା ଫଳରେ ରବି ଫସଲ ନିମନ୍ତେ ଆବଶ୍ୟକ ପରିମାଣରେ ଜଳ ଯୋଗାଣ କରିବା ସମ୍ଭାବନା ଥିବା ସୂଚନା ମିଳିଛି । ଆସିକା ଚିନିକଳର କ୍ଷେତ୍ର ଅଧିକାରୀ କମେଶ୍ୱର୍ ବେହେରା ଯୋଗଦେଇ ଆଖୁ ଚାଷ କରି ଅଧିକ ଲାଭବାନ ହେବାକୁ ଚାଷୀମାନଙ୍କୁ ବୁଝାଇ ଥିଲେ । ଏହି ବୈଠକରେ କନିଷ୍ଠ ଯନ୍ତ୍ରୀ ଶ୍ରୀକାନ୍ତ ଗୌଡ, ସହକାରୀ କୃଷି ଅଧିକାରୀ ରାଜଲକ୍ଷ୍ମୀ ପାଢ଼ୀ, ହରପ୍ରିୟା ବେହେରା, ସୁମନ ଶେଖର ସ୍ବାମୀ, ସରପଞ୍ଚ ବସନ୍ତ କରଣ, ସୁରେନ୍ଦ୍ର ପ୍ରଧାନଙ୍କ ସମେତ ନିମିନା, ମଧୂପଲ୍ଲୀ, ଚିରିକିପଡ଼ା, ଭାବରଡ଼ା ସମେତ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟାରେ କୃଷକ ଯୋଗଦେଇଥିଲେ ।
