*ନୂଆପଡା ଖରିଆରରୋଡ ଏନ୍ ଏ ସି ରେ ବୈଧମାପ ଓଜନ ବିଭାଗ ଦ୍ୱାରା ପ୍ରବର୍ତ୍ତନ କାର୍ଯ୍ୟ ଅନୁଷ୍ଠିତ l*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ଅନ୍ତର୍ଗତ ଖରିଆରରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବୈଧ ମାପ ଓଜନ ବିଭାଗ ଦ୍ୱାରା ପ୍ରବର୍ତ୍ତନ କାର୍ଯ୍ୟ , ଏନଫୋର୍ସମେଣ୍ଟ ଅନୁଷ୍ଠିତ l ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶରେ ଉପ-ଜିଲ୍ଲାପାଳ ସୁର୍ମି ସୋରେନ୍, କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଦିଲ୍ଲୀପ କୁମାର ପାତ୍ର, ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ନୂଆପଡା ଆଇନଗତ ମାପ ନିରୀକ୍ଷକ କ୍ଷିତିଶ ରଞ୍ଜନ ଦାଶ ଏବଂ ପୃଥୁରାଜ ହାଁସଦା , ଉପ ନିୟନ୍ତ୍ରକ ଆଇନଗତ ମାପ ବିଜ୍ଞାନଙ୍କ ଦ୍ୱାରା ଏହା ଲାଗୁ କରାଯାଇଛି। ଏଥିରେ ତେଜରାତି ଦୋକାନ, କୁକୁଡ଼ା ମାଂସ ଦୋକାନ, ହାର୍ଡୱେର୍ ଷ୍ଟୋର ଇତ୍ୟାଦି 12 ଟି ବିଭିନ୍ନ ଦୋକାନ ଯାଞ୍ଚ କରାଯାଇଛି l 3 ଟି ମାମଲା ରୁଜ୍ଜୁ କରାଯାଇ 7000 ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି ଚଢାଉରେ ଯୋଙ୍କ ପୋଲିସ ସହଯୋଗ କରିଥିଲେ l ଆଗାମୀ ଦିନରେ ମଧ୍ୟ ଏହି ଏନଫୋର୍ସମେଣ୍ଟ ଜାରି ରହିବବୋଲି ବିଭାଗୀୟ ଅଧିକାରୀ ଜଣାଇଛନ୍ତି l
