ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ସଂଗଠନ ଓ ସାଧନାର ମିଳିତ ଆନୁକୁଲ୍ୟରେ, ହାଣ୍ଡିକାପ ଇଣ୍ଟରନସନାଲ ଓ ଇଉରୋପୀୟ ଯୁନିଅନ ସହାୟତାରେ, ବାରିପଦାର ଅବସର ପ୍ରାପ୍ତ ସରକାରୀ ଶିକ୍ଷକ ସଂଘ, ମୟୁରଭଞ୍ଜ, ବାରିପଦା ସଭାଗୃହରେ ଏକ ଦିବସିୟ ଲିଙ୍ଗ ଭିତ୍ତିକହିଂସା କର୍ମଶାଳା ଅନୁଷ୍ଟିତ ହୋଇଯାଇଛି ।
ଏହି ସଭାକୁ ପରିଚାଳିତ କରିଥିଲେ, ସାଧନାର ସମାହିତା ପ୍ରୋଜେକ୍ଟର କ୍ଷେତ୍ର ସଂଯୋଜିକା ଶ୍ରୀମତୀ ସ୍ଵର୍ଣ୍ଣଜିତ କୁମାରୀ ମହାପାତ୍ର l ଏଥିରେ ମୁଖ୍ୟ ଅତିଥିଭାବେ ଭାବେ ବାରିପଦା ପୋଲିସ ବିଭାଗର ଆଡିସନାଲ ଏସ. ପି. ଶ୍ରୀମତୀ ସବିତା ମାଝୀ, ସମ୍ମାନନୀୟ ଅତିଥିଭାବେ ଡ଼ି.ସି.ପି.ଓ. ଶ୍ରୀମତୀ ମମତାମୟୀ ବିଶ୍ୱାଳ, ମୟୂରଭଞ୍ଜ ଜାତୀୟ ସ୍ୱାସ୍ଥ୍ୟ ମିଶନର ଡ଼ି. ପି. ଏମ. ଶ୍ରୀଯୁକ୍ତ ଅନିଲ କୁମାର ମହାନ୍ତି, ଜିଲ୍ଲା ଭିନ୍ନକ୍ଷମ ସଂଗଠନର ମୁଖ୍ୟ ଶ୍ରୀଯୁକ୍ତ କୁଳମଣି ନାଏକ ଓ ମନୋରଞ୍ଜନ ଜେନା, ସାଧନାର ପ୍ରୋଗ୍ରାମ ମ୍ୟାନେଜର ଶ୍ରୀଯୁକ୍ତ ସମୀରଣ ଘୋଷ, ଓ ମୁଖ୍ୟବକ୍ତା ଭାବେ ସାଧନାର ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରଭାକର ସାହୁ ଯୋଗ ଦେଇ ଲିଙ୍ଗ ଭିତ୍ତିକ ହିଂସା କ’ଣ ଓ ଏହାକୁ କିପରି ସମାଜରୁ ମୂଳୋତ୍ପାଟନ କରାଯାଇ ପାରିବ ସେ ବିଷୟରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ବାରିପଦା ଓ ଶୁଳିଆପଦା ବ୍ଲକର ଉଣେଇସି ଗୋଟି ଗ୍ରାମ ପଂଚାୟତରୁ ଆସିଥିବା ପି. ଆର. ଆଇ. ମେମ୍ବର, ସରପଞ୍ଚ, ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ଭି. ଓ. ପି. ଡ଼ି. ମେମ୍ବର ଓ ଭି.ଆର. ପି. ମେମ୍ବରମାନେ ପରିବାରରେ, ସମାଜରେ ଓ ଗାଁ ମାନଙ୍କରେ ହେଉଥିବା ଲିଙ୍ଗଭିତ୍ତିକ ହିଂସାକୁ ହ୍ରାସ କରିବା ପାଇଁ ସଂକଲ୍ପ କରିଥିଲେ l ଯେ ହେତୁ ମଣିଷମାନେ ହେଉଛନ୍ତି ସମାଜର ଶ୍ରେଷ୍ଟ ପ୍ରାଣୀ ଆମ୍ଭମାନଙ୍କ ଭିତରେ କୌଣସି ପ୍ରକାରର ହିଂସା ଯୁକ୍ତ ବ୍ୟବହାର କାହାପ୍ରତି କରିବା ନାହିଁ, କିଛି କାହା ଉପରେ ହେଉଥିବା ହିଂସାକୁ ରୋକିବା ପାଇଁ ସମସ୍ତେ ମିଳିମିଶି ସମାଜକୁ ସଚେତନ କରିବା ବୋଲି ଜଣାଇଥିଲେ ଓ ବିଭିନ୍ନ ବିଭାଗରୁ ଆସିଥିବା ମୁଖ୍ୟ ଅଧିକାରୀମାନେ ମଧ୍ୟ ସମାଜରେ ହେଉଥିବା ଲିଙ୍ଗଭିତ୍ତିକ ହିଂସାକୁ ହ୍ରାସ କରିବା ପାଇଁ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇବେ ବୋଲି ଜଣାଇଥିଲେ l ଉକ୍ତ କର୍ମଶାଳାକୁ ସଫଳ ରୂପାୟନ କରିବା ଦିଗରେ ଦାୟିତ୍ୱରେ ଥିଲେ, ସାଧନାର ଟି. ଏଲ. ସି. ହୃଦାନନ୍ଦ ମୁର୍ମୁ ଓ ଘନଶ୍ୟାମ ପ୍ରଜାପତି, କ୍ଷେତ୍ର ସଂଯୋଜିକା ନମ୍ରତା ମହାନ୍ତ, ସିପ୍ରା ମହାନ୍ତ, ସପନ କାଳନ୍ଦୀ ଓ ହିମାନି ନାଏକ, ସାଧନାର ସି. ଏଫ. ରଶ୍ମି ରଞ୍ଜନ ଦତ୍ତ, ମାନସ ରଞ୍ଜନ ଦାସ, ନମିତା ହାଁସଦା, ଆଶା ମହାନ୍ତ, ଗୀତମଣୀ ସିଂ, ବୈଶାଖୀ ଦଳନାଏକ, ଅନନ୍ୟା ସି ଓ ସାଇନ ଲାଙ୍ଗୁଏଜ ଇଣ୍ଟର ପ୍ରିଟର ମୋନାଲିସା ପାଣିଗ୍ରାହୀ । ସର୍ବଶେଷରେ ଭିନ୍ନକ୍ଷମ ସଂଗଠନ ନେତା ଶ୍ରୀଯୁକ୍ତ କୁଳମଣି ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
