
ସୋର ବ୍ଲକ ଶିରାପୁର ବାସିନ୍ଦା ସ୍ମିତା ମହାପାତ୍ର ସଦ୍ୟ ପ୍ରକାଶିତ ଓଜେଏସ୍ ପରୀକ୍ଷା ରେ ପଞ୍ଚମ ସ୍ଥାନ ଅଧିକାର କରି ସୋର ବ୍ଲକ ପାଇଁ ସଫଳତା ଆଣିଦେଇଛନ୍ତି। ସେ ସୋର ଟ୍ରେଜେରୀ କଲୋନୀରେ ବସବାସ କରନ୍ତି। ଆଇନଜୀବୀ ଚିତ୍ତରଞ୍ଜନ ମହାପାତ୍ର ଙ୍କ ବଡଝିଅ ସ୍ମିତା ପ୍ରଥମ ଉଦ୍ୟମ ରେ ଏହି ସଫଳତା ଅର୍ଜନ କରିଛନ୍ତି। ସ୍ମିତା ନିଜ ସଫଳତା ର ଶ୍ରେୟ ବାପାମାଆ, ଶିକ୍ଷକଶିକ୍ଷୟିତ୍ରୀ ଓ ଭଗବାନ ଙ୍କୁ ଦେଇଛନ୍ତି।
ସ୍ମିତା ସୋର ରାଧାନାଥ ଉଚ୍ଚ ବିଦ୍ୟାପୀଠ ରୁ ଦଶମ ଏବଂ ସୋର ଉପେନ୍ଦ୍ରନାଥ ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ଏବଂ ଯୁକ୍ତତିନି ବିଜ୍ଞାନ ରେ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ କଟକ ମଧୁସୂଦନ ଲ କଲେଜ ରୁ ଏଲ ଏଲ ବି ପାସ କରିଥିଲେ। ଏବେ ସେ ଭଦ୍ରକ ଆଇସିଏସ୍ଏସ୍ କଲେଜରେ ଏଲ୍ ଏଲ୍ ଏମ୍ ଦ୍ୱିତୀୟ ବର୍ଷ ର ଛାତ୍ରୀ ଅଛନ୍ତି। ସ୍ମିତା ୨୦୨୪ ମସିହାରେ ଓଜେଏସ୍ ଲିଖିତ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବା ପରେ ଚଳିତ ବର୍ଷ ହୋଇଥିବା ମୈଖିକ ପରୀକ୍ଷା ରେ ସଫଳତା ହାସଲ କରିବାରେ ସେ ସକ୍ଷମ ହୋଇଛନ୍ତି। ତାଙ୍କୁ ବିଭିନ୍ନ ଅନୁଷ୍ଠାନ, ସଂଘ ତରଫରୁ ଶୁଭେଛା ଜଣାଯାଇଛି।