*ନୂଆପଡା ଜିଲ୍ଲାପାଳ ପ୍ରବାସୀ ଶ୍ରମିକ ଘରେ ପହଞ୍ଚି ସାହାଯ୍ୟ ପ୍ରତିଶ୍ରୁତି ଦେଲେ l*
ନୂଆପଡା( ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ରୁ ପ୍ରବାସୀ ଶ୍ରମିକ ପରି ଅମାନବିକ ପ୍ରଥା ଲୋପ କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତିବଦ୍ଧ l ଏହାକୁ କାର୍ଯ୍ୟକାରୀ କରିବାକୁ ଯାଇ ଆଜି ପରିବର୍ଦ୍ଧିତ ଜନ ଶୁଣାଣୀ ଶିବିର ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କ ସହିତ
ରଜନା ଗ୍ରାମର ଫେରନ୍ତା ପ୍ରବାସୀ ଶ୍ରମିକ ମିଶ୍ର ସଗରିଆଙ୍କ ଘରକୁ ଯାଇଥିଲେ l ଜଣେ ପ୍ରବାସୀ ଶ୍ରମିକ ସମସ୍ତ ଦୁଃଖ କଷ୍ଟ ସହ୍ୟ କରି ମାଟି ମା କୋଳକୁ ପୁଣି ଫେରି ଆସିଛି l ସେ ଆଉଥରେ ଯେମିତି ପୁଣି ଦାଦନ ଶ୍ରମିକ ନ ହୋଇଯାଏ ତାହାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ତାଙ୍କ ସହିତ ଏବଂ ପରିବାର ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ l ସେମାନଙ୍କୁ ପ୍ରବାସରୁ ନିବୃତ୍ତ ରଖିବା ପାଇଁ ସମସ୍ତ ଲାଇନ ବିଭାଗର ବିଭିନ୍ନ ଯୋଜନାରୁ ଆବଶ୍ୟକ ସହାୟତା ଯୋଗାଇବା ସୁନିଶ୍ଚିତ କରିଥିଲେ।
ଉପସ୍ଥିତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ଯେ ସେମାନେ ଏମିତି ସମସ୍ତ ପରିବାର ମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିଭାଗୀୟ ଉପଲବ୍ଧ ଯୋଜନାରେ ଅନ୍ତର୍ଭୁକ୍ତ କରନ୍ତୁ।
