*ମାଆ ଙ୍କ ଦଶାହ କାର୍ଡ ବାଣ୍ଟି ଯିବା ବାଟରେ ପୁଅ ଦୁର୍ଘଟଣା ରେ ମୃତ୍ୟୁ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଳା ଅନ୍ତର୍ଗତ ଖଡ଼ିଆଳ ବ୍ଲକ ବରଗାଁ ଛକପାଖରେ ରେ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ ନୂଆପଡା ଜିଲ୍ଳା ଖଡ଼ିଆଳ ବ୍ଲକ ଭୋଜପୁର ଗାଁ ର ଦୀନବନ୍ଧୁ ପୁଞ୍ଜି (୬୮) ଗତ ୧ତାରିଖ ଦିନ ତାଙ୍କ ମାଁ ଦେହାନ୍ତ ହୋଇ ଥିବାରୁ ଦଶାହ କାର୍ଡ ବାଣ୍ଟିବା ପାଇଁ ବରଗାଁ ରୁ ଫେରୁ ଥିବା ବେଳେ ବରଗାଁ ଛକ ରେ ବସ୍ ପାଇଁ ଅପେକ୍ଷା କରିଥିଲେ। ଆଜି ଦିନ ୧୧ଟା ସମୟ ରେ ଗାଡି ନୁମ୍ବର CG 04MJ3890 ନୂଆପଡା ପଟୁ ଗୋଟିଏ ଟ୍ରକ ଦ୍ରୁତ ବେଗରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରୋଡ଼ ପାଖରେ ଠିଆ ଥିବା ଦୀନବନ୍ଧୁ ଙ୍କୁ ପିଟି କି ଚାଲି ଯାଇଥଲା। ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଖଡ଼ିଆଳ ଉପଖଣ୍ଡ ହସ୍ପିଟାଲ କୁ ନେଇ ଥିଲେ। ଡାକ୍ତର ତାଙ୍କୁ ଉପଖଣ୍ଡ ହସ୍ପିଟାଲ ରେ ମୃତ ଘୋଷଣା କରିଥିଲେ। ଡ୍ରାଇଭର ଘଟଣା ସ୍ଥଳରୁ ଆଗକୁ ଟ୍ରକ କୁ ଆଣି ନିଛାଟିଆ ଜାଗାରେ ଛାଡି ଟ୍ରକ କୁ ଛାଡି ଦେଇ ଫେରାର ହୋଇ ଯାଇଥିଲା।ଖବର ପାଇ ଖଡ଼ିଆଳ ଥାନା ଅଧିକାରୀ ଟ୍ରକ କୁ ଆୟତ କରି ଥାନା ରେ ରଖା ଯାଇଥିବା ସୂଚନା ମିଳିଛି। ମୃତ ଦୀନବନ୍ଧୁ ପୁଞ୍ଜି ଅବସର ପ୍ରାପ୍ତ ଲାଇନ ମେନ ଥିଲେ। ତାଙ୍କର ଦୁଇଟି ପୁଅ ବଡ ପୁଅ ଯୋଗେଶ୍ୱର ପୁଞ୍ଜି ଓ ଛୋଟ ପୁଅ ରାଜେଶ ପୁଞ୍ଜି। ଝିଅ ମାନଙ୍କୁ ବାହା ଦେଇ ଥିବା ବେଲେ ପୁଅ ମାନଙ୍କୁ ବିବାହ କରି ନାହାନ୍ତି। ଘରେ ଗୋଟିଏ ଲୋକ ରୋଜଗାର କ୍ଷମ ଥିବାରୁ ପରିବାର ଲୋକେ ଟ୍ରକ ମାଲିକ ଓ ପ୍ରଶାସନ କୁ କ୍ଷତି ପୂରଣ ଦେବା ପାଇଁ ଖଡ଼ିଆଳ ଥାନା ସମ୍ମୁଖରେ ଶବକୁ ରଖି ୩୫୩ ଜାତୀୟ ରାଜପଥ କୁ ଅବରୋଧ କରି ଦାବି କରିଛନ୍ତି। ଏହି ଘଟଣା କୁ ନେଇ ଖଡ଼ିଆଳ ଥାନା ରେ ତାଙ୍କ ବଡ ପୁଅ ଯୋଗେଶ୍ୱର ପୁଞ୍ଜି ଲିଖିତ ଅଭିଯୋଗ କରିଥିବାରୁ ଘଟଣା କୁ କେନ୍ଦ୍ରକରି ଖଡ଼ିଆଳ ଥାନା ରେ କେସ ନୁମ୍ବର ୪୦୬ ରେ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରିଛନ୍ତି। ମାଆ ଙ୍କ ଦଶାହ କାର୍ଡ ବାଣ୍ଟୁ ବାଣ୍ଟୁ ଅକସ୍ମାତ ଦିନବନ୍ଧୁ ଦୁର୍ଘଟଣା ରେ ମୃତ୍ୟୁ ହୋଇ ଥିବାରୁ ଆତ୍ମୀୟ ସ୍ୱଜନ ଓ ଅଞ୍ଚଳ ବସି ଗଭୀର ଶୋକ ପ୍ରକାଶ କରୁଛନ୍ତି।
