*ହେଲ୍ପିଙ୍ଗ ଫର୍ ହେଲ୍ପଲେସ୍ ପିପଲ୍ ଫାଉଣ୍ଡେସନ୍ ତରଫରୁ କମ୍ବଳ ବଣ୍ଟନ*
ନୂଆପଡା (ମିଖାଏଲ ନନ୍ଦ)
ଶୀତ ସମସ୍ତଙ୍କ ପାଇଁ ଉପଭୋଗ ଋତୁ ହୋଇନଥାଏ, କିନ୍ତୁ ଅବହେଳିତ ଅବସ୍ଥାରେ ରାସ୍ତାକଡ଼ରେ ଜୀବନ ଅତିବାହିତ କରୁଥିବା ମଣିଷମାନଙ୍କ ପାଇଁ ଏହା ସାଜିଯାଏ ଅଭିଶାପର ଋତୁ। ଶୀତୁଆ ପବନ ଯେତେବେଳେ ମନ, ପ୍ରାଣ, ଶରୀରକୁ ଥରାଇ ଦିଏ, ମଣିଷ କେବଳ ନିଜ ଅକ୍ଷମତାକୁ ଗ୍ରହଣ କରିନେବାକୁ ବାଧ୍ୟ ହୁଏ। ତେଣୁ ସେଇ ଅକ୍ଷମତାକୁ ଦୂରେଇ ଶୀତକୁ ସହଜ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ହେଲ୍ପିଙ୍ଗ ଫର୍ ହେଲ୍ପଲେସ୍ ପିପଲ୍ ଫାଉଣ୍ଡେସନ୍
ତରଫରୁ ଆରମ୍ଭ ହୁଏ ଧାରାବାହିକ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ। ସେହି ଧାରାରେ ଖଡ଼ିଆଲ ଅଞ୍ଚଳରେ ଶୀତରୁ ରକ୍ଷା ପାଇଁ କମ୍ବଳ ବଣ୍ଟନ କରାଯାଇଥିଲା। ଶୀତରୁ ସାମାନ୍ୟ ଆଶ୍ବସ୍ତି ଲଭିବା ପରେ ସେମାନେ ସଦସ୍ୟ ତଥା ସଂଗଠନର ଉନ୍ନତି ଲାଗି ଆର୍ଶୀବାଦ କରିଛନ୍ତି। ପ୍ରକାଶ ଥାଉ କି ଏହିଭଳି ସମାନ କାର୍ଯ୍ୟକ୍ରମ ସଂଗଠନ ତରଫରୁ ଖଡ଼ିଆଳ, ସିନାପାଲି, ବୋଡେନ, କୋମନା ଆଦି ସ୍ଥାନରେ ଆୟୋଜିତ କରାଯାଉଛି
