*ନୂଆପଡ଼ା ଜିଲ୍ଲା ରେ ପ୍ରଚଣ୍ଡ ଶିତ ଲହରୀ, ସାଧାରଣ ଜୀବନ ଯାତ୍ରା ଅନେକ ପ୍ରଭାବିତ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ରେ ପ୍ରଚଣ୍ଡ ଶିତ ଲହରୀ, ସାଧାରଣ ଜୀବନ ଯାତ୍ରା ଅନେକ ପ୍ରଭାବିତ ହେଉଅଛି। ଅପରାହ୍ନ ସମୟରୁ ସୂର୍ଯ୍ୟ ଙ୍କ ଅସ୍ତଗାମୀ ହେଉଥିବା ବେଳେ ପାରଦ ତଳକୁ ଖସି ଥଣ୍ଡା ଲହରୀ ଜାରି ରହିଅଛି । ପ୍ରଚଣ୍ଡ ଶୀତ ପାଇଁ ଜଣ ସାଧାରଣ ଉଷ୍ଣତାର ତାପ ନେବାରେ ବ୍ୟସ୍ତ। ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସଭିଏ ଅଗ୍ନି ଜାଳି ଶୀତ ରୁ ରକ୍ଷା ପାଉଥିବା ବେଳେ ଜଙ୍ଗଳ ଅଞ୍ଚଳ ବାସୀମାନେ ବଡ ବଡ ଶୁଖା ଗଛ କୁ ଜାଳି ଶୀତ ରୁ ରକ୍ଷା ପାଇବା ପାଇଁ ଆଶ୍ରୟ ନେଉଛନ୍ତି। ଶୀତ ବସ୍ତ୍ର ପରିଧାନ କରିଥିଲେ ମଧ୍ୟ ଥଣ୍ଡା ବ୍ୟାପକ ରହିଅଛି। ଅଗ୍ନି ଉସ୍ମତା ରେ ଚର୍ଚ୍ଚା ହେଉଥିବା ବେଳେ ଆତ୍ମ ନିର୍ଭର ଭାରତ ପରିକଳ୍ପନା କରୁଛନ୍ତି।
