ୟୁ.ଏନ୍ କଲେଜ ପଦାର୍ଥ ବିଜ୍ଞାନ ବିଭାଗରେ ଜାତୀୟ କର୍ମଶାଳା
ସୋର(ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ)- ସୋର ଉପେନ୍ଦ୍ରନାଥ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ
“ଆଡ଼ଭାନ୍ସ ନାନୋ ମେଟେରିଆଲ ଆଣ୍ଡ ନାନୋଟେକ୍ନଲେଜି” ଶୀର୍ଷକ ବିଷୟବସ୍ତୁରେ ଦୁଇଦିନିଆ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ଏହି ଉତ୍ସବକୁ କଲେଜ ଅଧ୍ୟକ୍ଷ ମନୋଜ କୁମାର ମହାନ୍ତି ଉଦ୍ଘାଟନ କରି ସଭାପତିତ୍ୱ କରିଥିବା ବେଳେ ପାଟନା ଆଇଆଇଟିର ପ୍ରଫେସର ଡ. ମନୋରଂଜନ କର ଏବଂ ମୁଖ୍ୟବକ୍ତା ଭାବେ ଆନନ୍ଦପୁର କଲେଜ ପ୍ରାଧ୍ୟାପକ ଡ. ଉତ୍ତମ କୁମାର ପାଣିଗ୍ରାହୀ ଯୋଗଦେଇ ବିଷୟ ଶୀର୍ଷକ ଆଲୋଚନା କରିଥିଲେ। ଏହି ଅବସରରେ ‘ଫ୍ୟୁଚର ଲେନ୍ସ’ ନାମକ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ଦ୍ୱିତୀୟ ଦିନରେ ବିଭିନ୍ନ ବିଶ୍ୱବିଦ୍ୟାଳୟର ଆଇଆଇଟି ଗବେଷକମମାନଙ୍କ ଦ୍ୱାରା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହାକୁ ଅଧ୍ୟାପକ ବିଶ୍ୱନାଥ ମାସନ୍ତ ପରିଚାଳନା କରିଥିଲେ।
ବିଭାଗୀୟ ମୁଖ୍ୟ ଡ. ସୁବ୍ରତ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ପୂର୍ଣ୍ଣଚନ୍ଦ୍ର ପତି ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ କୃଷ୍ଣଚନ୍ଦ୍ର ରଣା, ମାନସ କୁମାର ଖଟୁଆ, ଏବଂ ସୁଦୀପ୍ତା ସେଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଭାଗୀୟ କର୍ମଚାରୀ ମଣ୍ଟୁ ଚରଣ ବେହେରା ଏବଂ ନରେନ୍ଦ୍ର କୁମାର ମହାଳିକ ସହଯୋଗ କରିଥିଲେ।
