ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନରେ ମୟୁରଭଂଜ ବିଜୟୀ ,,,,,,
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର) :::
ସୋର ୟୁଏନ୍ କଲେଜ ପଡ଼ିଆଠାରେ ଆଜି ସୋର ଫୁଟବଲ ଆସୋସିଏସନ୍ ଆନୁକୂଲ୍ୟରେ ମମତାଜ୍ ହୁସେନ୍ ମେମୋରିଆଲ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ତୃତୀୟଦିନରେ ମୟୁରଭଂଜ ଏକାଦଶ ଏବଂ କଟକର ମଙ୍ଗଳା କ୍ଲବ ସହିତ ପ୍ରଥମ ସେମି ଫାଇନାଲ ମ୍ୟାଚ୍ ଖେଳ ହୋଇଥିଲା। ମ୍ୟାଚ ର ପ୍ରଥମାର୍ଦ୍ଧରେ ୦-୦ ଥିବା ବେଳେ ଦ୍ଵିତୀୟ ଅର୍ଦ୍ଧରେ ପ୍ରଥମ ଦିନ ମ୍ୟାଚରେ ଗୋଲ ଦେଇଥିବା ଲୋଧା ସିଂ ପୁଣିଥରେ ୫୭ ମିନିଟରେ ଗୋଲ୍ ଦେଇ ଦଳକୁ ଅଗ୍ରଣୀ କରିଥିଲେ। ପରେ କୌଣସି ଗୋଲ୍ ନ ହେବାରୁ ମୟୁରଭଂଜ ଏକାଦଶ ବିଜୟୀ ହୋଇଥିଲା।ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ଲୋଧ ସିଂଙ୍କୁ ଘୋଷଣା କରାଯାଇଥିଲା। ଆଜିର ମ୍ୟାଚକୁ ରାଜୁ ମହାନ୍ତି ଓ ଜ୍ୟୋତିରଂଜନ ସ୍ୱାଇଁ , ମାନସ ବିଶ୍ୱାଳ ଓ ଉତ୍ତମ ବାରିକ ଖେଳ ପରିଚାଳର୍ନା କରିଥିଲେ। ଭାଷ୍ୟକାର ଭାବେ ଭାଗୀରଥି ପାତ୍ର ଯୋଗଦେଇଥିଲେ। ଅତିଥି ଭାବେ ସୋର ପୌରପାଳିକାର କାଯ୍ୟନିର୍ବାହୀ ଅଧିକାରୀ ବିଶ୍ୱରଂଜନ ପ୍ରଧାନ ଯୋଗଦେଇଥିଲେ। ଏହାକୁ ସୋର ଫୁଟବଲ ଆସୋସିଏସନ୍ର ସଦସ୍ୟ ମନୋଜ ରୟ, ମନୋରଞ୍ଜନ ଦ୍ଵିବେଦୀ, ରଶ୍ମିତା ପୃଷ୍ଟି, ନରେନ୍ଦ୍ର ମହାଳିକ, ସେକ୍ ସୁଲତାନ, ସେକ ଆଳିମୁଳ୍ଳା, ବିରେନ୍ଦ୍ର କୁମାର ସେଣ, ରଶ୍ମିତା ସାହୁ , ଆସପାକ୍ ଅଲ୍ଲୀ ସାହା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
