ସ୍ବାଧୀନତା ସଂଗ୍ରାମୀ ଗୋକୁଳାନନ୍ଦ ମହାନ୍ତି ଙ୍କ ପୂର୍ଣ୍ୟତିଥି ତିଥି ପାଳିତ।
————–
ଭଦ୍ରକ ,(ରିପୋର୍ଟ ଅଜୟ କୁମାର ମଲ୍ଲିକ) ଜନନୀ ଜନ୍ମଭୂମିଶ୍ଚଃ ସ୍ବର୍ଗାଦପୀ ଗରୀୟସୀ…, ଯିଏ ନିଜ ଜନ୍ମଭୂମିକୁ ଯେତେ ଭଲ ପାଇଛି , ସିଏ ନିଜକୁ ସେତେ ଉତ୍ସର୍ଗିକୃତ କରିଛି । ମାନବ ସମାଜ ପାଇଁ ଏଭଳି ଏକ ପ୍ରତିଭାର ଗନ୍ତାଘର ଥିଲେ ସ୍ବାଧୀନତା ସଂଗ୍ରାମୀ ଗୋକୁଳାନନ୍ଦ ମହାନ୍ତି।
ଆଜି ସକାଳ ୮ଟାରେ ଜିଲ୍ଲା ପ୍ରଶାସନଙ୍କ ତରଫରୁ ଭଦ୍ରକ ନିକଟସ୍ଥ ରାଜଘାଟ ପୋଲ ଠାରେ ଗୋକୁଳାନନ୍ଦ ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଭଦ୍ରକ ଜିଲ୍ଲାର କୁଅଁସ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଗୋକୁଳାନନ୍ଦ ମହାନ୍ତି ମହାତ୍ମା ଗାନ୍ଧୀଙ୍କ ଆହ୍ୱାନ କ୍ରମେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ୫ ଥର କାରାବରଣ କରିଥିଲେ। ସ୍ୱାଧୀନ ଭାରତରେ ସେ ଭଣ୍ଡାରୀ ପୋଖରୀ ବିଧାୟକ ଓ ବାଲେଶ୍ୱର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ନିଜ ଜୀବନକୁ ସମାଜ ଓ ଜନସାଧାରଣ ଙ୍କ ସେବାରେ ଉତ୍ସର୍ଗିକୃତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ ରାଉତରାୟ ଏବଂ ଉପ-ଜିଲ୍ଲାପାଳ ଶ୍ରୀ କାର୍ତ୍ତିକ ନାଥ ମଣ୍ଡଳ ଉପସ୍ଥିତ ରହି ସ୍ୱାଧୀନତା ସଂଗ୍ରାମୀଙ୍କୁ ମାଲ୍ୟାର୍ପଣ କରିଥିବା ସହ ଗୋକୁଳାନନ୍ଦ ମହାନ୍ତିଙ୍କ ଦେଶ ଓ ଜାତି ପାଇଁ ଅବଦାନକୁ ସ୍ମରଣ କରି ଆମ ଓଡ଼ିଆ ଜାତି ଏଥିପାଇଁ ଗର୍ବ ଅନୁଭବ କରୁଛି ବୋଲି ଗୁରୁତ୍ୱାରୋପ କରିଥିଲେ।
