*ବ୍ଳକ ସ୍ତରୀୟ ରାଷ୍ଟ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ -୨୦୨୫ ପାଳନ :-
ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ବୌଦ୍ଧ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଓଡ଼ିଶା ସରକାର ଙ୍କ ଦ୍ଵାରା ବ୍ଳକ ସମ୍ମିଳନୀ କକ୍ଷ ବୌଦ୍ଧ ଠାରେ ବ୍ଳକ ସ୍ତରୀୟ ରାଷ୍ଟ୍ରୀୟ ପୋଷ୍ୟ ସନ୍ତାନ ମାସ -୨୦୨୫ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଯୁଗଲ କିଶୋର ବିଶ୍ୱାଲ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ଓ ଗ୍ରାମ୍ୟ ସ୍ତରରେ ସଠିକ୍ ଭାବରେ ସୂଚନା ପ୍ରଦାନ କରିବାକୁ ପରାମର୍ଶ ଦେବାସହ ଆଇନ ଅନୁସାରେ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାହୁଲ ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଆଶା ଏବଂ ଅଙ୍ଗନବାଡି କର୍ମୀ ଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ସ୍ବମନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ୱାହିଦା ବେଗମ ଯୋଗଦେଇ ଆଇନ୍ ର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଶ୍ରୀଯୁକ୍ତ ଶ୍ରୀଯୁକ୍ତ ସୁଶାନ୍ତ ଭୋଇ ପୋଷ୍ୟ ସନ୍ତାନ ଗ୍ର ହଣ ଅଧିନିୟ-୨୦୨୨ ରେ ଥିବା ବ୍ୟବସ୍ଥା ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।
ଏହି କର୍ମଶାଳାରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ର ଅଙ୍ଗନବାଡି କର୍ମୀ, ଆଶା କର୍ମୀ , ଚାଇଲ୍ଡ ହେଲ୍ପଲାଇନ ର କମଚାରୀ ମାନେ ଯୋଗଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ପରାମର୍ଶ ଦାତା ଶ୍ରୀଯୁକ୍ତ ବସନ୍ତ କୁମାର ଦିସିରି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ସୌମ୍ୟ ରଞ୍ଜନ ଜେନା, ଶ୍ରବଣ ସାହୁ, ରଞ୍ଜିତ ସାହୁ ଏବଂ ସତ୍ୟନାରାୟଣ ନାଏକ ସହଯୋଗ କରିଥିଲେ।
