ମ୍ୟାନେଜମେଣ୍ଟରେ ମାହିର ଯାଜପୁରର ଦୁଇ ‘ଅବିଚଳିତ’ ଅଧିକାରୀ !
ଦୁଇ ଅଧିକାରୀଙ୍କ ‘ସୁବର୍ଣ୍ଣ ଗାଦି’କୁ କିଏ ଛୁଇଁବ?
ଯାଜପୁର (ଭଞ୍ଜଦୂତ:ନିପ୍ର)ରିପୋର୍ଟର:-ସରୋଜ କୁମାର ଧଳ
ଓଡ଼ିଶାର ରାଜନୀତିରେ କହାଯାଏ ସରକାର ବଦଳିବା ସହଜ, କିନ୍ତୁ ଯାଜପୁରର କେତେକ ଗାଦିକୁ ବଦଳାଇବା ଅସମ୍ଭବ। ନେତା ବଦଳୁଛନ୍ତି, ପାର୍ଟି ବଦଳୁଛି, ନୀତି ବଦଳୁଛି,କିନ୍ତୁ ଯାଜପୁରର କେତେକ ଚେଆରରେ ଧୂଳି ପଡ଼ିବାକୁ ମଧ୍ୟ ଅବସର ମିଳୁନାହିଁ।ସେଇ ଅବିଚଳ ଦୁଇ ନାମ—ଫକିର ମୋହନ ଟୁଡୁ ଓ ନିରଞ୍ଜନ କର।
ଯାଜପୁରର ପ୍ରଶାସନିକ କରିଡୋରରେ ଏହି ଦୁଇ ଅଧିକାରୀଙ୍କ ଦୀର୍ଘ ଦିନ “ସିଙ୍ଗଲ୍-ଚେଆର ରାଜ୍ୟ”ଏବେ ସବୁଠାରୁ ବଡ଼ ଚର୍ଚ୍ଚାରେ।ଏକ ଚେଆରରେ ଦଶବର୍ଷରୁ ଉର୍ଦ୍ଧ ଜିଲ୍ଲା କ୍ରୀଡା ଅଧିକାରୀ ଫକିର ମୋହନ ଟୁଡୁ।୧୭ ମାର୍ଚ୍ଚ ୨୦୧୪ ଠାରୁଯାଜପୁର ଜିଲ୍ଲା କ୍ରୀଡ଼ା ଅଧିକାରୀ ଭାବେ ଫକିର ମୋହନ ଟୁଡୁଙ୍କ ଯାତ୍ରା ଆରମ୍ଭ।ଆଜି ୨୦୨୫ ଏକ ଦଶକ ହେଲା।ସରକାର ବଦଳିଲା,ମନ୍ତ୍ରୀ ବଦଳିଲେ,ଓଏସଡି ବଦଳିଲେ,କିନ୍ତୁ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ଚେଆର ମାତ୍ର ଅବିଚଳ।୧୨ ବର୍ଷର ‘ସୁବର୍ଣ୍ଣ’ ପୋଷ୍ଟ ନିରଞ୍ଜନ କରଙ୍କର, ସେ ୪ ଫେବୃଆରୀ ୨୦୧୩ ଠାରୁ ନିରଞ୍ଜନ କର ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (DCPO) ପଦରେ ଅଛନ୍ତି।୧୨ ବର୍ଷ—ଗୋଟିଏ ପୋଷ୍ଟ, ଗୋଟିଏ କକ୍ଷ, ଗୋଟିଏ ସ୍ଥାନ।ଏହି ସମୟରେକେତେ ଅଧିକାରୀ ଆସିଗଲେ,କେତେ ଟ୍ରାନ୍ସଫର ହେଲେ,କେହି ପୁନର୍ବିନ୍ୟାସ ହେଲେକିନ୍ତୁ ଏହି ଗାଦି ପରିବର୍ତନ ହେଲା ନାହିଁ।ଜଣେ କର୍ମଚାରୀଙ୍କ କଥା—ନେତା ବଦଳନ୍ତି, କିନ୍ତୁ ମ୍ୟାନେଜମେଣ୍ଟ ବଦଳେନି।ସାଧାରଣ ଜନତାର ପ୍ରଶ୍ନ—ଏପରି ‘ଚେଆର ପ୍ରେମ’ କାହିଁକି ?ଯାଜପୁରରେ ପ୍ରଶ୍ନ ଗୁଡ଼ିକ ଏବେ ନୂଆ ନୁହଁ।ସରକାର ବଦଳିଲେ ଟପଟପ ଟ୍ରାନ୍ସଫର ଲାଗେ,
ନୂଆ ନେତାଙ୍କ ପ୍ରବେଶ ହେଲେ ଦାଖଲ–ଖାରଜ ଚାଲିଯାଏ,
କିନ୍ତୁ ଏହି ଦୁଇ ଅଧିକାରୀ ମାତ୍ର ମନେ ହୁଏ ଯେପରି “ପର୍ମାନେଣ୍ଟ ଠିକଣା ଯାଜପୁର”ଲେଖାଇ ଦେଇଛନ୍ତି। ଶୁଣିବାକୁ ମିଳୁଛି କେତେକ ମାମଲତିକାର,ନେତା,ବ୍ରୋକରଙ୍କୁ ସଫଳ ଭାବରେ ମ୍ୟାନେଜ କରି
ଏହି ଗାଦି ମାଡି ରଖିଛନ୍ତି ଏହି ଅଧିକାରୀ ମାନେ। ପ୍ରଶ୍ନ ଏବେ ଯାଜପୁରର ପ୍ରଶାସନକୁ ସରକାର ବଦଳିଲେ ମଧ୍ୟ ଏହି ଗାଦିପ୍ରେମ କାହିଁକି ଅବିଚଳ?ଦୀର୍ଘ ସେବାକାଳର ‘ଅଦୃଶ୍ୟ ଆଶୀର୍ବାଦ’ କାହାର ?କିଏ ଏହି ସ୍ଥାୟୀ ପ୍ରତିଷ୍ଠାକୁ ନିରୀକ୍ଷଣ କରୁଛି ?
ମ୍ୟାନେଜମେଣ୍ଟର ଶକ୍ତି କେତେ ମଜବୁତ ?
ସାଧାରଣରେ ଚର୍ଚ୍ଚା,ସରକାର ବଦଳେ,ନେତା ବଦଳେ,ନୀତି ବଦଳେ କିନ୍ତୁ କେତେକ ଚେଆରରେ ‘ମ୍ୟାନେଜମେଣ୍ଟର ସିଲ୍’ ଥିବାରୁ ସେମାନେ ଅବିଚଳ।ଯାଜପୁରରେ ଲୋକମତ ଏବେ ଗୋଟିଏ —ଗାଦିରେ ବଦଳ କେବେ?
