ଡିସେମ୍ବର ୭ ରେ ମହମ୍ମଦ ଅସଲମ୍ ସ୍ମୃତି ସମାରୋହ।
କଳାହାଣ୍ଡି ଜିଲ୍ଲାର ର ସୁନାମଧନ୍ୟ ସାମ୍ବାଦିକ ସ୍ବର୍ଗତ ମହମ୍ମଦ ଅସଲମ ସ୍ମୃତି କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସଭାପତି ବିଜୟ ସାହୁ ଙ୍କ ସଭାପତିତ୍ୱ ରେ ଭବାନୀପାଟଣା ସହର ସ୍ଥିତ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଆସନ୍ତା ଡିସେମ୍ବର ୭ ତାରିଖ ରବିବାର ଦିନ ଭବାନୀପାଟଣା ସହର ସ୍ଥିତ ଅମଲା ଭବନରେ ମହମ୍ମଦ ଅସଲମଙ୍କ ସ୍ମୃତିସଭା ଆୟୋଜିତ ହେବ। ଏହି ପରିପ୍ରେକ୍ଷୀରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଏକ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ମାଁ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ର ଯୁବ ସଂସ୍କାର ସଭା ଗୃହରେ ରେ ଅନୁଷ୍ଠିତ ହୋଇଯାଇଛି। ସ୍ମୃତି ସମାରୋହରେ କୃତି ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହି ଅବସରରେ ଚଳିତ ବର୍ଷର ସାମ୍ବାଦିକ କ୍ଷେତ୍ରରେ ଯୁବ ସାମ୍ବାଦିକା ଶତରୂପା ସାମନ୍ତରାୟ ଙ୍କୁ ରାଜ୍ୟ ସ୍ତରୀୟ ମହମ୍ମଦ ଅସଲମ୍ ସ୍ମୃତି ସମ୍ମାନ ୨୦୨୫ ରେ ସମ୍ମାନିତ କରାଯିବା ନେଇ କମିଟି ସଦସ୍ୟ ନିଷ୍ପତ୍ତି ନେଇଥିବା ବେଳେ ସମାଜ ସେବା କ୍ଷେତ୍ରରେ ଲାଞ୍ଜିଗଡ ରୋଡ (ଆୟୁଷମାନ ଆରୋଗ୍ୟ ମନ୍ଦିର) ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ୧୦୮ ଆମ୍ବୁଲାନ୍ସ ର ଫାର୍ମାସିଷ୍ଟ ମୋହିତ କୁମାର ସା ଙ୍କୁ ମହମ୍ମଦ ଅସଲମ୍ ସ୍ମୃତି ସମ୍ମାନ-୨୦୨୫ ପ୍ରଦାନ କରାଯିବ। ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବରିଷ୍ଠ ସାମ୍ବାଦିକ ଶାନ୍ତନୁ ବେହେରା,ଦୁଃଖୀଶ୍ୟାମ ପ୍ରଧାନ,ମନ ମୋହନ ପ୍ରଧାନ,ଅଜିତ ସିଂ, ବିକାଶ ଖେମକା, ବିକାଶ ଷଡଙ୍ଗୀ, ଶୁଭମ୍ ରୋହିଲା, ତାପସ ମହାନ୍ତି, ଦିବ୍ୟ ମହାପାତ୍ର ଙ୍କ ସହ ସମାଜସେବୀ ଅଭିନାଶ ଠାକୁର, ଗିରିଧାରୀ ପାତ୍ର, ନରେଶ ଚୌଧୁରୀ, ରାଜେଶ ଦୀପ ପ୍ରମୁଖ ଉପସ୍ଥିତ ଥିଲେ |
