ଚତୁର୍ଥ ସୋର ମାରାଥନ ଉଦ୍ ଘାଟନ।
ସୋର:: “UNION OF BODY AND MIND” ବା ଯୋଗ – ଶରୀର ଓ ମନରେ ସଂଯୋଗ ଥିମ୍ ନେଇ ଆଜି ସକାଳୁ ସକାଳୁ ଦୈଡିଛି ସୋର। ଏହି ମରାଥାନ୍ କୁ ସୋର ବିଧାୟକ ମାଧବ ଧଡା, ସୋର ତହସିଲଦାର ଦୈତାରି ମଲ୍ଲିକ , ସଦର SDPO ଶୁଭ୍ରାଂଶୁ ଶେଖର ନାୟକ, ସୋର ଥାନା ଅଧିକାରୀ ମୁକୁନ୍ଦ ମୁରାରି ପାତ୍ର, ସୋର ପୈରପାଳିକା କାର୍ଯ୍ୟ ନିର୍ବାହ ଅଧିକାରୀ ବିଶ୍ଵ ରଞ୍ଜନ ପ୍ରଧାନ, , ସୋର ଷ୍ଟେଟ ବ୍ୟାଙ୍କ ପ୍ରମୁଖ ପ୍ରବନ୍ଧକ ଗୋବିନ୍ଦ ଚନ୍ଦ୍ର ନାୟକ, ଜିଲ୍ଲା ବିଜେପି ସଭାପତି ଇଶ୍ଵର ଚନ୍ଦ୍ର ବେହେରା, ସମାଜସେବୀ ଶଶି କୁମାର ସାହୁ, ମାରାଥନ ସଭାପତି ସଞ୍ଜୟ କୁମାର ଦାସ ମିଳିତ ଉଦ୍ ଘାଟନ କରିଥିଲେ। ଏଥିରେ ଉଭୟ 5km ଏବଂ 10 km ରେ ମୋଟ ୩୦୦୦ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ ।10 କିମି ଦୈଡ ବାରିପଦା କରଞ୍ଜିଆ ର ପ୍ରେମରାଜ ଟୁଡୁ ପୁରୁଷ ବିଭାଗରେ ସଫଳ ହୋଇଥିବା ବେଳେ ରେ ବାସମ୍ପାଦକ ସୈମ୍ୟଶାନ୍ତ ଅମୃତ ପଟ୍ଟନାୟକ, ଉପସଭାପତି ଅବଦୁଲ ଉଦିତ ଖାନ୍ , କୋଷାଧ୍ୟକ୍ଷ ରମେଶ ପ୍ରଧାନ, ଭଗବାନ ଲେଙ୍କା, ପ୍ରଦିପ ବିଶ୍ଵାଳ, ସଂଗ୍ରାମ ଗୁଇଁ, ଆଦ୍ୟାଶା ଦାଶ, ଦାମୋଦର ଦାସ ,ମିତାଲି ଷଡ଼ଙ୍ଗୀ ପ୍ରମୁଖ ସହଯୋଗୀ କରିଥିଲେ। ଅଭିନେତା ମିଟୁ ମିଥୁନ ଏବଂ ଅଭିନେତ୍ରୀ ଧାରା ଶ୍ରାବଣୀ ପ୍ରମୁଖ ପ୍ରତିଯୋଗୀ ମାନଙ୍କୁ ଉତ୍ସାହ କରିଥିଲେ। ଏହି ମାରାଥନ ବାପୁ ନୋଡାଲ ରୁ ଆରମ୍ଭ ହୋଇ ଛତ୍ରପୁର ଛକ ଦେଇ ଶିରାପୁର ଛକ ହୋଇ କୋର୍ଟ ଛକ ରେ ଶେଷ ହୋଇଥିଲା ପ୍ରତିଯୋଗୀମାନଙ୍କର ମନୋରଂଜନ ସହିତ ସେମାନଙ୍କୁ ଉତ୍ସାହିତ କରିବାରେ ନୁପୁର ସୋର ଡ୍ୟାନ୍ସ ଏକାଡେମୀ, ଜନତା କଳା ପରିଷଦ, ବନ୍ଦେ ମାତରମ୍ ଗ୍ରୁପ୍ର କଳାକାରମାନେ ନୃତ୍ୟ ଓ ସଂଗୀତ ପରିବେଣେ କରିଥିଲେ । ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ମେଡାଲ ପ୍ରଦାନ କରାଯାଇଥିଲା । ୧୦ କି.ମି. ଦୌଡ଼ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀଙ୍କ ମଧ୍ୟରେ ପୁରୁଷ ବର୍ଗର ୩ ଓ ମହିଳା ବର୍ଗର ୩ ଜଣଙ୍କୁ ଟ୍ରଫି ଓ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପୁରୁଷ ବର୍ଗରେ ପ୍ରଥମ – ପ୍ରେମରାଜ ଟୁଡୁ , ଦ୍ଵିତୀୟ ଗୋବିନ୍ଦ ଟୁଡୁ , ତୃତୀୟ – ନାରାୟଣ ମାଝୀ ସ୍ଥାନ ଅଧିକାର କରିଥିବା ବେଳେ ମହିଳା ବର୍ଗରେ ପ୍ରଥମ – ସନ୍ଧ୍ୟା ମୁର୍ମୁ – , ଦ୍ଵିତୀୟ -ଭାରତୀ ହେମ୍ରମ , ତୃତୀୟ – କବିତା ସାମଲ ସ୍ଥାନ ଅଧିକାର କରିଥିଲେ। ଆଦର୍ଶ ଯୁବ ପରିଷଦ, ବଟେଶ୍ଵର ଯୁବକ ସଂଘ, ଉମାକାନ୍ତ ରାଧୁକା ଫାଉଣ୍ଡେସନ, ଧୂଳେଶ୍ଵର ଯୁବ ସଂଗଠନ, ସ୍ଵାମୀ ବିବେକାନନ୍ଦ ଯୁବକ ସଂଘ ତଥା ସମସ୍ତ ସହଯୋଗୀ ଅନୁଷ୍ଠାନ ଓ ସଂସ୍ଥାକୁ ସମ୍ମାନିତ କରାଯାଇଥିଲା । ଭାରତୀୟ ଷ୍ଟେଟ ବ୍ୟାଙ୍କ, ସୋର ଶାଖା ଥଣ୍ଡା ପାନୀୟ ଜଳ ଯୋଗାଇ ଦେଇଥିବାରୁ ଅନୁଷ୍ଠାନ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା କାର୍ଯ୍ୟକ୍ରମର ସଫଳତାରେ ସୋର ପ୍ରଶାସନ, ପୋଲିସ୍, ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଧୂକାରୀ, ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ, ସୋର ପୌରପାଳିକା ତଥା ସମସ୍ତ ସହଯୋଗୀ ଅନୁଷ୍ଠାନର ଯୋଗଦାନ ପ୍ରଶଂସନୀୟ ଥିଲା । ସେମାନଙ୍କ ନିକଟରେ ଅନୁଷ୍ଠାନ ଚିର କୃତଜ୍ଞ ।ସର୍ବଶେଷରେ ଭଗବାନ ଲେଙ୍କା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
